ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ମୁଖପାତ୍ର ଶନିବାର ଦିନ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଏହି ସପ୍ତାହ ଆରମ୍ଭରୁ ଜୁନିୟର ଟ୍ରମ୍ପଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହାପରେ ସେ ନିଜର କରୋନା ଟେଷ୍ଟ୍‌ କରାଇଥିଲେ। ଏବେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ପଜିଟିଭ ଆସିବା ପରେ ସେ ନିଜକୁ ଆଇସୋଲେଟ କରିଛନ୍ତି। ଡାକ୍ତର ପରାମର୍ଶକ୍ରମେ ସେ ନିଜର ଚିକିତ୍ସା କରାଉଛନ୍ତି।

ଜୁନିଅର ଟ୍ରମ୍ପଙ୍କ ପୂର୍ବରୁ ତାଙ୍କ ତାଙ୍କ ସାନ ଭାଇ ବୈରାନ, ବାପା ଡୋନାଲ୍ଡ ଟ୍ରମ୍ପ ଓ ଟ୍ରମ୍ପଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ମଧ୍ୟ କରୋନା ପଜିଟିଭ ହୋଇଥିଲେ। ଏବେ ସେମାନେ ସମସ୍ତେ କରୋନାରୁ ସୁସ୍ଥ ହୋଇଛନ୍ତି।

ଅନ୍ୟପଟେ ଆମେରିକାରେ କରୋନା ଭାଇରସ୍ ଭୟଙ୍କର ରୂପ ନେଉଛି। ମହାମାରୀ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଗତ ଏକ ସପ୍ତାହରେ, ଆମେରିକାରେ ହାରାହାରି ଦେଢ଼ ଲକ୍ଷ ମାମଲା ସାମ୍ନାକୁ ଆସିଛି। ଏଥିରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଅଛନ୍ତି।

Comment