ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଲା ଟିମ୍ ଇଣ୍ଡିଆର ଜର୍ସି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜରୁ ନୂଆ ଜର୍ସିରେ ନଜର ଆସିବେ ଟିମ୍ ଇଣ୍ଡିଆର ଖେଳାଳି। ଏନେଇ ଭାରତୀୟ ଓପନର ଶିଖର ଧାୱନ ଏକ ଫଟୋ ସେଆର୍ କରି ସୂଚନା ଦେଇଛନ୍ତି।

ଟିମ୍ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ପ୍ରସ୍ତୁତ ହେଉଛି। ଆଉ ମାତ୍ର ଦୁଇ ଦିନ ପରେ ଏହି ସିରିଜ୍ ଆରମ୍ଭ ହେବ। ଏହାପୂର୍ବରୁ ଶିଖର ନୂଆ ଜର୍ସି ନେଇ ଏକ ଫଟୋ ସେଆର୍ କରିଛନ୍ତି।

ନିକଟରେ ବିସିସିଆଇ ଇ-ଗେମିଙ୍ଗ୍ କମ୍ପାନି ଏମପିଏଲକୁ ନିଜର ନୂଆ କିଟ୍ ପ୍ରାୟୋଜକ ଭାବେ ଘୋଷଣା କରିଛି। ତେଣୁ ନୂଆ କମ୍ପାନି ସହ ଟିମ୍ ଇଣ୍ଡିଆ ଏହି ନୂଆ ଜର୍ସିରେ ନଜର ଆସିବ।

ଏହି ଷ୍ଟାଇଲର ଜର୍ସି ଟିମ୍ ଇଣ୍ଡିଆ ୧୯୯୨ ବିଶ୍ୱକପ୍ ସମୟରେ ମଧ୍ୟ ପିନ୍ଧୁଥିଲା। ତେଣୁ ଏହି ପୁରୁଣା ଷ୍ଟାଇଲ୍ ଏବଂ ନୂଆ ଜର୍ସି ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ବେଶ ନିଆରା କରିବ ବୋଲି କୁହାଯାଉଛି।

Comment