ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ସୁନାବେଡ଼ା ଅଞ୍ଚଳରୁ ୩ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଏହି ଘଟଣାରେ ସୁନାବେଡ଼ା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ଲେକ୍‌ଡ଼ିଗୁଡ଼ାର ଅନାମ ଖିଲ ବୋଲି ସୂଚନା ମିଳିଛି।

ନକଲି ନୋଟ୍ କାରବାର ନେଇ ଖବର ମିଳିବା ପରେ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍) ଓ ସୁନାବେଡ଼ା ପୋଲିସ ପକ୍ଷରୁ ଚଢ଼ାଉ ହୋଇଥିଲା। ଏହି ସମୟରେ ଅନାମଙ୍କଠାରୁ ୩ ଲକ୍ଷ ୨୭ ହଜାର ୬୦୦ ଟଙ୍କାର ନକଲି ନୋଟ୍ ଜବତ ହୋଇଥିଲା।

ସେଥିମଧ୍ୟରେ ୯୯ଟି ୨ ହଜାର ଟଙ୍କିଆ, ୨୩୬ଟି ୫୦୦ ଟଙ୍କିଆ, ୧୧୬ଟି ୧୦୦ ଟଙ୍କିଆ ନୋଟ୍ ଥିବା ପୋଲିସ ସୂଚନା ଦେଇଛି। ଏଥିସହ ଗୋଟିଏ ଜିଓ ଫୋନ୍ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତ ଅନାମଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୁନାବେଡ଼ା ପୋଲିସ ପକ୍ଷରୁ ସୂଚନା ମିଳିଛି।

Comment