ଓଡ଼ିଶାଲାଇଭ୍ ବ୍ୟୁରୋ

  • ସହରରେ ବଢୁଛି ନକଲି ଖାଦ୍ୟ ସାମଗ୍ରୀ ଫ୍ୟାକ୍ଟ୍ରି
  • ମାସକରେ ଜବତ ହୋଇଛି ୩ କାରଖାନା
  • ପେଣ୍ଠସ୍ଥଳୀ ପାଲଟିଛି ଜଗତପୁର ମାଲଗୋଦାମ

କଟକରେ ଦିନକୁ ଦିନ ବଢ଼ିବାରେ ଲାଗିଛି ନକଲି ସାମଗ୍ରୀ ତିଆରି କାରଖାନା ଟଙ୍କା ଦେଇ ଲୋକେ ଖାଦ୍ୟ ସାମଗ୍ରୀ ନାଁରେ କିଣୁଛନ୍ତି ବିଷ ଏହାରି ମଧ୍ୟରେ ଗୋଟିଏ ମାସରେ ସହରରୁ ତିନି ତିନୋଟି ନକଲି ସାମଗ୍ରୀ ତିଆରି କାରଖାନା ଉପରେ ପୋଲିସ ଚଢ଼ାଉ କରିସାରିଲାଣି ଗିରଫ ହେଲେଣି କାରଖାନାର ମାଲିକମାନେ ତଥାପି ସହରରେ ଅପମିଶ୍ରଣର ଏହି ୟୁନିଟ୍ ବନ୍ଦ ହେବା ବଦଳରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛିଅପମିଶ୍ରଣର ଏହିସବୁ ରାକେଟ ଧରାପଡ଼ିବା ପରେ ସିଲଭର ସିଟି କଟକ ଏବେ ହୋଇଯାଇଛି ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ଖାସ୍କରି ଜଗତପୁର ଶିଳ୍ପାଞ୍ଚଳ ଏବଂ ମାଲଗୋଦାମ ଅଞ୍ଚଳ ପାଲଟିଛି ଏହି ନକଲି କାରଖାନାଗୁଡ଼ିକର ପ୍ରମୁଖ ସ୍ଥାନ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଟମାଟୋ ସସ୍, ଖାଇବା ତେଲ, ଘିଅ ସବୁ ନକଲି ନା ଅଛି ଟ୍ରେଡ ମାର୍କ, ନା ଅଛି ଖାଦ୍ୟ ନିରାପତ୍ତା ବିଭାଗର ଅନୁମତି ସବୁକୁ ବେଖାତିର କରି ତେଲ, ମସଲା ନାମରେ ତିଆରି ହେଉଛି ବିଷ ଖାଇବା ତେଲ ଆଉ ସସ୍ରେ ବ୍ୟବହାର ହେଉଛି ନିମ୍ନମାନର କଞ୍ଚାମାଲ ଏବଂ ରାୟାୟନିକ ରଙ୍ଗଗୋଟିଏ ମାସ ଭିତରେ ଜଗତପୁର, ମାଲଗୋଦାମ ଏବଂ ଏହାର ଆଖପାଖ ଅଞ୍ଚଳରୁ ନକଲି ସସ୍, ଘିଅ ଏବଂ ମସଲା କାରଖାନା ଉପରେ ଚଢ଼ାଉ କରି କ୍ଵିଣ୍ଟାଲ କ୍ଵିଣ୍ଟାଲ ପରିମାଣର ନକଲି ସାମଗ୍ରୀ ସହ କଞ୍ଚାମାଲ ଜବତ କରିଛି ପୋଲିସନକଲି ଘିଅ କାରଖାନା

ଏହାରି ମଧ୍ୟରେ ଗୁରୁବାର କଟକ ମାଲଗୋଦାମରେ ପୁଣି ନକଲି ସାମଗ୍ରୀ କାରବାର ହେଉଥିବା ଧରାପଡ଼ିଛି ନକଲି ଘିଅ ତିଆରି ରାକେଟ୍ ପର୍ଦ୍ଦାପାସ୍ କରିଛି ମାଲଗୋଦାମ ପୋଲିସ ବନସ୍ପତ୍ତି ଏବଂ ପୋମୋଲିନ୍ ତେଲରେ ଅତର ମିଶାଇ ସେଥିରୁ ନକଲି ଘିଅ ପ୍ରସ୍ତୁତ କରାଯାଇ ବଜାରରେ ବିକ୍ରି ହେଉଥିବା ପୋଲିସ ସୂଚନା ପାଇଥିଲା ଏହି ଘଟଣାରେ ଡିଲର କାଳିଆ ଓରଫ୍ କାଳନ୍ଦୀ ସାହୁକୁ ପୋଲିସ ଗିରଫ କରିଛିଏହାପରେ କାଳିଆର ବୟାନକୁ ଆଧାର କରି ପୋଲିସ କଟକ ସଦର ଗବଗସ୍ତ ଅଞ୍ଚଳରେ ଥିବା ଦୁଇଟି ଘିଅ ଫ୍ୟାକ୍ଟ୍ରିରେ ଚଢ଼ାଉ କରିଥିଲା ଏହି ଚଢ଼ାଉରୁ ପ୍ରାୟ ୨୦ କ୍ୱିଣ୍ଟାଲ୍ ନକଲି ଘିଅ, ୧୦୦ ପେଟି ପାମୋଲିନ ତେଲ ଏବଂ ବନସ୍ପତି ଜବତ ହୋଇଛି। ମୋଟ୍ ଜବତ ସମ୍ପତ୍ତିର ମୂଲ୍ୟ ପାଖାପାଖି ୬୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି। ଏହି ଘଟଣାରେ ଫ୍ୟାକ୍ଟ୍ରି ମାଲିକ ନରସିଂହ ଦାସକୁ ପୋଲିସ ଗିରଫ କରିଛି।

ଜବତ ହୋଇଥିବା ଘିଅ ପ୍ୟାକେଟଗୁଡ଼ିକରେ କୌଣସି ଟ୍ରେଡ ମାର୍କ ନଥିବା ବେଳେ କେଉଁଦିନ ଏହାକୁ ପ୍ରସ୍ତୁତ କରାଯାଇଛି ସେ ବିଷୟରେ ମଧ୍ୟ କିଛି ଲେଖାଯାଇନଥିଲା। ଦୀର୍ଘ ୫ ବର୍ଷ ଧରି ଗବଗସ୍ତ ଅଞ୍ଚଳରେ ଏହି ନକଲି କମ୍ପାନି ଚାଲିଆସୁଥିଲା। କାଳିଆ ଏହି ଫ୍ୟାକ୍ଟ୍ରିରୁ ଘିଅ ନେଇ ମାଲଗୋଦାମରେ କାରବାର କରୁଥିଲା।ନକଲି ମସଲା କାରଖାନା

ନଭେମ୍ଵର ୧୪ରେ ଜଗତପୁର ଶିଳ୍ପାଞ୍ଚଳରୁ ହଳଦୀ ଲଙ୍କା ଅପମିଶ୍ରଣକାରୀ କାରଖାନା ଠାବ ହୋଇଥିଲା ପୋଲିସକୁ ସେଠାରୁ ପ୍ରାୟ ୫୦ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ହଳଦୀ ଲଙ୍କା ଗୁଣ୍ଡ ମିଳିଥିଲାଏଥିସହିତ ସେଠାରୁ ନାମୀଦାମୀ କମ୍ପାନିର ଷ୍ଟିକର ସହ ବିପୁଳ କଞ୍ଚାମାଲ୍ ମେସିନ୍ ମଧ୍ୟ ଜବତ ହୋଇଥିଲା ପୋଲିସ ଜଗତପୁର ଶିଳ୍ପାଞ୍ଚଳରେ ଚଢାଉ କରି ଏସବୁ ସାମଗ୍ରୀ ଜବତ କରିବା ସହ ଜଣଙ୍କୁ ଗିରଫ ମଧ୍ୟ କରିଥିଲାଏହି ଘଟଣାର ଠିକ୍‌ ୨ଦିନ ପୂର୍ବରୁ ନଭେମ୍ଵର ୧୧ରେ କଟକ ମାଲଗୋଦାମ ଅଞ୍ଚଳରୁ ଏକ ନକଲି ମସଲା ତିଆରି କାରଖାନା ଠାବ ହୋଇଥିଲା ମାଲଗୋଦାମ ପୋଲିସ ଚଢ଼ାଉ କରି କାରଖାନାରୁ କ୍ଷତିକାରକ ରଙ୍ଗ, ରାସାୟନିକ ପଦାର୍ଥ, ଚାଉଳ ଗୁଣ୍ଡ ସମେତ ପ୍ରାୟ ୧୫ କ୍ୱିଣ୍ଟାଲ୍ ନିମ୍ନମାନର ସାମଗ୍ରୀ ଜବତ କରିଥିଲା ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଥିଲା ଏହି ଘଟଣାରେ କାରଖାନାର ମାଲିକ ସଚ୍ଚିଦାନନ୍ଦ ସାହୁଙ୍କ ସମେତ ଦୁଇ କର୍ମଚାରୀ ସେକ୍ ମିରାଜ୍ ଯୁଧିଷ୍ଠିର ଜେନାକୁ ପୋଲିସ ଗିରଫ କରିଥିଲାସେହିପରି ସେପ୍ଟେମ୍ବର ୨୬ରେ ଜଗତପୁରରେ ଚାଲିଥିବା ଡୁପ୍ଲିକେଟ୍ ଟମାଟୋ ଚିଲି ସସ୍ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ନକଲି ସସ୍ ଏସବୁ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ଜଣକୁ ଗିରଫ କରିଥିଲା

 

 

Comment