ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆ ମହାଦେଶରେ ଲାଞ୍ଚ କାରବାର କରିବାରେ ଭାରତ ଏକ ନମ୍ଵର ଦେଶ। ସ୍ଵାସ୍ଥ୍ୟ, ଶିକ୍ଷା ଆଦି ସବୁ କ୍ଷେତ୍ରରେ ସାର୍ବଜନୀନ ସେବାର ଲାଭ ପାଇବାରେ ବ୍ୟକ୍ତିଗତ ସମ୍ପର୍କର ଉପଯୋଗ କରୁଥିବା ଲୋକଙ୍କ ସଂଖ୍ୟା ଭାରତରେ ସର୍ବାଧିକ। ଦୁର୍ନୀତି ତଥା ଭ୍ରଷ୍ଟାଚାର ଉପରେ ନଜର ରଖୁଥିବା ସଂସ୍ଥା ‘ଟ୍ରାନ୍ସପରେନ୍ସି ଇଣ୍ଟରନାସନାଲ୍’ର ରିପୋର୍ଟରେ ଭାରତ ବିଷୟରେ ଏପରି ତଥ୍ୟ ଉଲ୍ଲେଖ କରାଯାଇଛି।ଅନ୍ତର୍ଜାତୀୟ ସଂସ୍ଥା ଟ୍ରାନ୍ସପରେନ୍ସି ଇଣ୍ଟରନାସନାଲ୍ ପକ୍ଷରୁ ସାରା ଏସିଆ ମହାଦେଶରୁ ୨୦,୦୦୦ ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ୧୭ଟି ଦେଶର ମୁଖ୍ୟତଃ ଛଅଟି ବିଭାଗକୁ ନେଇ ଜୁଲାଇ ମାସରୁ ସେପ୍ଟେମ୍ଵର ମାସ ଭିତରେ ଏହି ସର୍ଭେ କରାଯାଇଥିଲା। ଯେଉଁଥିରେ ଲାଞ୍ଚ କାରବାର କରିବାରେ ଭାରତ ଏକ ନମ୍ଵର ସ୍ଥାନରେ ରହିଛି। ଭାରତରେ ଦୁର୍ନୀତି ହାର ୩୯ ପ୍ରତିଶତ ରହିଛି। ଭାରତ ପଛକୁ ୩୭ ପ୍ରତିଶତ ହାରରେ କମ୍ଵୋଡ଼ିଆ, ୩୦ ପ୍ରତିଶତ ହାରରେ ଇଣ୍ଡୋନେସିଆ ଏବଂ ମାତ୍ର ୨ ପ୍ରତିଶତ ଦୁର୍ନୀତି ହାରରେ ସବୁଠାରୁ ଶେଷରେ ରହିଛି ମାଳଦ୍ଵୀପ ଓ ଜାପାନ।

ଏହି ସର୍ଭେରୁ ଆସିଥିବା ରିପୋର୍ଟ ଅନୁସାରେ ଏସିଆରେ ପ୍ରତି ୫ଜଣରୁ ଜଣେ ବ୍ୟକ୍ତିଗତ ସମ୍ପର୍କକୁ ବ୍ୟବହାର କରି ଦୁର୍ନୀତି କରିଥାନ୍ତି। ଯାହାକି ହାରାହାରି ୨୨ ପ୍ରତିଶତ ହେବ।

ସରକାରୀ ଚାକିରିରେ ବ୍ୟକ୍ତିଗତ ସମ୍ପର୍କକୁ ବ୍ୟବହାର କରି ଲାଞ୍ଚ କାରବାର କରିବାରେ ଭାରତର ହାର ରହିଛି ୪୬ ପ୍ରତିଶତ। ଏହା ପଛକୁ ୩୬ ପ୍ରତିଶତ ହାରରେ ଇଣ୍ଡୋନେସିଆ, ୩୨ ପ୍ରତିଶତ ହାରରେ ଚାଇନା ରହିଥିବା ବେଳେ ଜାପାନ ଏବଂ ମାଳଦ୍ଵୀପ ଏହାର ହାର ରହିଛି ଯଥାକ୍ରମେ ୪ ପ୍ରତିଶତ ଏବଂ ୬ ପ୍ରତିଶତ।

Comment