ଓଡ଼ିଶାଲାଇଭ୍ ବ୍ୟୁରୋ

ପରୀ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ସମ୍ଵିତ ପାତ୍ର।

ପରୀ ମୃତ୍ୟୁ ପ୍ରସଙ୍ଗରେ କଂଗ୍ରେସକୁ ନିଶାଣ କରିଛି ବିଜେପି। ସୋମବାର ଏହି ପ୍ରସଙ୍ଗକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ଵିତ ପାତ୍ର ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି। ପରୀ ପ୍ରସଙ୍ଗରେ କଂଗ୍ରେସର ନିରବ ଆଚରଣ ନେଇ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ବିଧାୟକମାନଙ୍କୁ ସମ୍ଵିତ ପାତ୍ର ପ୍ରଶ୍ନ କରିଛନ୍ତି ଯେ, ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ ପରୀ ପ୍ରସଙ୍ଗକୁ ନେଇ କାହିଁକି ଚୁପ୍ ବସିଛନ୍ତି। ବିଜେଡିଠୁ ସେମାନେ କେତେ ପଇସା ନେଇଛନ୍ତି। କଣ ପାଇଁ ସେମାନେ ଅରୁଣ ସାହୁଙ୍କୁ କ୍ଲିନ ଚିଟ୍ ଦେଇଦେଲେ। ଦିଲ୍ଲୀରେ ପହଞ୍ଚିଲା ପରୀ ପ୍ରସଙ୍ଗ

ପରୀ ମୃତ୍ୟୁ ପ୍ରସଙ୍ଗରେ ଏବେ ରାଜନୀତି ସରଗରମ ହେବାକୁ ଲାଗିଛି। ପ୍ରଥମେ ନୟାଗଡ଼ରୁ ରାଜଧାନୀ ଭୁବନେଶ୍ଵର ଆଉ ଏବେ ଦିଲ୍ଲୀରେ ଯାଇ ପହଞ୍ଚିଛି ପରୀ ମୃତ୍ୟୁ ପ୍ରସଙ୍ଗ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏହି ପ୍ରସଙ୍ଗକୁ ନେଇ ସୋମବାର ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର୍‌)ଙ୍କୁ ଭେଟିଛନ୍ତି।

ପରୀକୁ ନ୍ୟାୟ ଦେବା ଲାଗି ସମ୍ବିତ ପାତ୍ର ଏକ ସ୍ମାରକ ପତ୍ର ଦେଇ ୨ଟି ଦାବି ଜଣାଇଛନ୍ତି। ଏନସିପିସିଆର୍‌ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁ ଓ ହତ୍ୟାରେ ଅଙ୍ଗ ତସ୍କରୀ ହୋଇଛି କି ନାହିଁ ତଦନ୍ତ କରୁ ବୋଲି ଦାବି କରିଛନ୍ତି ସମ୍ବିତ।ଏଥିସହ ସମ୍ଵିତ ପାତ୍ରଙ୍କ ନେତୃତ୍ଵରେ ଶତାଧିକ କର୍ମୀମାନେ ଦିଲ୍ଲୀସ୍ଥିତ ଓଡ଼ିଶା ଭବନକୁ ଘେରାଉ କରିଛନ୍ତି। ଯେ ପର୍ଯ୍ୟନ୍ତ ପରୀକୁ ନ୍ୟାୟ ମିଳିନି ସେ ପର୍ଯ୍ୟନ୍ତ ଏ ଲଢ଼େଇ ଜାରି ରହିବ ବୋଲି ସମ୍ଵିତ କହିଛନ୍ତି।

ସମ୍ଵିତଙ୍କ ପ୍ରଶ୍ନ ରାହୁଲ କ’ଣ ପାଇଁ ଚୁପ୍

ନୟାଗଡ଼ ପରୀ ମୃତ୍ୟୁ ପ୍ରସଙ୍ଗରେ ସମ୍ଵିତ ପାତ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ କାହିଁକି ଚୁପ୍ ଅଛନ୍ତି। ହାଥରସ ଘଟଣାବେଳକୁ ରାହୁଲ ଘଟଣାସ୍ଥଳକୁ ଯାଇ ନ୍ୟାୟ ମାଗିଥିଲେ। ତେବେ ପରୀ ବେଳକୁ କଣ ହେଲା। ରାହୁଲଙ୍କର ଏପରି ସିଲେକ୍ଟିଭ୍ ଆପ୍ରୋଚ କଣ ପାଇଁ। ହାଥରସ ଘଟଣାରେ କଂଗ୍ରେସର ଗୋଟିଏ ଆଭିମୁଖ୍ୟ ଆଉ ପରୀ ଘଟଣାରେ ଆଉ ଗୋଟେ କାହିଁକି।

ପରୀ ମୃତ୍ୟୁ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଏପରି ପ୍ରଶ୍ନବାଣ ମାରିଛନ୍ତି ସମ୍ଵିତ ପାତ୍ର। ଉତ୍ତରପ୍ରଦେଶ ହାଥରସ ଘଟଣାରେ ରାହୁଲ ଗାନ୍ଧୀ ତତ୍ପର ଦେଖାଇ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ। କିନ୍ତୁ ପରୀ ଘଟଣା ଭଳି ଏକ ସମ୍ଵେଦନଶୀଳ ପ୍ରସଙ୍ଗରେ ରାହୁଲଙ୍କ ଏପରି ନିରବତା ଆଚରଣ କାହିଁକି। ଘଟଣାଟି ନୟାଗଡ଼ରୁ ଯାଇ ଦିଲ୍ଲୀରେ ପହଞ୍ଚିଲାଣି। ଏତେବଡ଼ ପ୍ରସଙ୍ଗରେ ତାଙ୍କ ଦଳ କ’ଣ ପାଇଁ ଚୁପ୍‌ ବସିଛି ବୋଲି କହି ଉବୟ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ସମ୍ଵିତ ପାତ୍ର।

Comment