ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲିଜ୍‌ ହେଲା ବିଧାୟକ ସୁର ରାଉତରାୟଙ୍କ ରାପ୍ ଗୀତ ‘ରଙ୍ଗବତୀ’। ଏହି ଗୀତରେ ବିଧାୟକ ରାଉତରାୟଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ନିଆରା ଡାଏଲଗ୍ ମାରି ଲୋକଙ୍କ ମନ ଜିଣିଥିବା ସୁର ରାଉତରାୟଙ୍କ ଏହି ରାପ୍‌ ଗୀତ ‘ଆସିଗଲା ସୁର ରାଉତ, କଡ଼ା ଉପହାର ନେଇତ’ କୁ ଦର୍ଶକମାନେ ଖୁବ୍ ପସନ୍ଦ କରୁଛନ୍ତି।ଅର୍‌ମାନ୍ ମ୍ୟୁଜିକ୍ ୟୁଟ୍ୟୁବ୍‌ ଚାନେଲ୍‌ରେ ସୋମବାର ଏହି ଗୀତଟି ମୁକ୍ତିଲାଭ କରିଛି। ବିଧାୟକ ସୁର ରାଉତରାୟ ଏହି ଗୀତରେ ରାପ୍‌ ଗାଇଥିବା ବେଳେ ଗୀତରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଲୋପାମୂଦ୍ରା ନାୟକ ଓ ଜ୍ୟୋର୍ତିମୟୀ। ଗୀତଟିକୁ ଯୁବ ଗୀତିକାର ତପୁ ନାୟକ ଲେଖିଛନ୍ତି ଏବଂ ଏହାକୁ ସଂଗୀତରେ ସଜାଇଛନ୍ତି ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଜାପାନୀ। ପୂର୍ବରୁ ଜାପାନୀ ଓ ତପୁ ନାୟକ ଅନେକ ରୋମାଣ୍ଟିକ୍ ଗୀତ ଭେଟି ଦେଇ ଲୋକଙ୍କ ମନ ଜିଣିଛନ୍ତି।କେତେବେଳେ ‘ମାଡି ଚାଲ’ ତ ଆଉ କେତେବେଳେ ‘ରେଡ୍ଡି ତ’। ଏହିଭଳି ଭିନ୍ନ ଭିନ୍ନ ଡାଏଲଗ୍ ମାରି ରାଜନୀତିରେ ନିଜର ନିଆରା ପରିଚୟ ତିଆରି କରିଥିବା ବିଧାୟକ ସୁର ରାଉତରାୟଙ୍କ ଏହା ପ୍ରଥମ ଗୀତ।

Comment