ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ କୁନି ଝିଅ ପରୀ ହତ୍ୟା ମାମଲା ଦିଲ୍ଲୀରେ ପହଞ୍ଚିଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର୍‌)ଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଭେଟିଛନ୍ତି। ପରୀକୁ ନ୍ୟାୟ ଦେବା ଲାଗି ସମ୍ବିତ ପାତ୍ର ଏକ ସ୍ମାରକ ପତ୍ର ଦେଇ ୨ଟି ଦାବି ଜଣାଇଛନ୍ତି। ଏନସିପିସିଆର୍‌ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁ ଓ ହତ୍ୟାରେ ଅଙ୍ଗ ତସ୍କରୀ ହୋଇଛି କି ନାହିଁ ତଦନ୍ତ କରୁ ବୋଲି ଦାବି କରିଛନ୍ତି ସମ୍ବିତ। ଯେ ପର୍ଯ୍ୟନ୍ତ ପରୀକୁ ନ୍ୟାୟ ମିଳିନି ଏ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି।

ପରୀ ହତ୍ୟା ଘଟଣାରେ ଏହା ପୂର୍ବରୁ ବି ଶୋକ ପ୍ରକାଶ କରିଥିଲେ ସମ୍ବିତ ପାତ୍ର। ନୟାଗଡ଼ରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିଲେ ମଧ୍ୟ ରାଜ୍ୟ ସରକାର ଓ ପୋଲିସ ନିରବ ଦର୍ଶକ ସାଜିଛନ୍ତି ବୋଲି ଟୁଇଟ କରି କହିଥିଲେ ସମ୍ବିତ।

ଏପଟେ ରାଜ୍ୟରେ ମଧ୍ୟ ପରୀକୁ ନ୍ୟାୟ ଦେବା ଲାଗି ଦାବି ଜୋର ଧରିଛି। ସୋମବାର ବିଜେପିର ଏକ ପ୍ରତିନିଧି ଦଳ ଭୁବନେଶ୍ୱରରୁ ନୟାଗଡ଼ ଯଦୁପୁର ଅଭିମୁଖେ ବାହାରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଏହି ଟିମ୍‌ ଯାଇଛି।

Comment