ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ସିରିଜ୍। ଯାହାର ପ୍ରଥମ ମ୍ୟାଚ୍ କାନବେରାର ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ସମୟ ଦିନ ୧ଟା ୪୦ରେ ଏହି ମ୍ୟାଚ୍ ଖେଳିବାକୁ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇବେ।

ଦିନିକିଆ ସିରିଜରେ ପରାଜୟ ଭୋଗିବା ପରେ ଟିମ୍ ଇଣ୍ଡିଆ ପାଇଁ ଏହି ସିରିଜ୍ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ତେଣୁ ଟି-୨୦ ସିରିଜ୍ ଜିତିବାକୁ ଟିମ୍ ଇଣ୍ଡିଆ ଜୋରଦାର କସରତ କରିବ।ଅନ୍ୟପଟେ ବୋଲିଂ ବିଭାଗରେ ଦଳ ଏଥର ଟି ନଟରାଜନଙ୍କୁ ଖେଳାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଶେଷ ଦିନିକିଆରେ ତାଙ୍କ ପ୍ରଭାବୀ ପ୍ରଦର୍ଶନ ତାଙ୍କୁ ଟି-୨୦ ସିରିଜର ଚୂଡ଼ାନ୍ତ ଏକାଦଶରେ ସାମିଲ କରିବା ପ୍ରକ୍ରିୟାକୁ ସହଜ କରିବ ବୋଲି କୁହାଯାଉଛି। ତା ସହିତ ସାମି ଓ ବୁମରା ମଧ୍ୟ ଦଳରେ ନିଜ ସ୍ଥାନ ଜାରି ରଖିପାରନ୍ତି।

ବ୍ୟାଟିଂ ବିଭାଗରେ ଦଳ ମୟଙ୍କ, କୋହଲି, ଧାୱନ, ଆୟାର ଓ ପାଣ୍ଡ୍ୟାଙ୍କ ଉପରେ ନିର୍ଭର କରିବ। ତା’ସହ ଅଲରାଉଣ୍ଡର ଭାବେ ଜାଡ଼େଜା ମଧ୍ୟ କମାଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Comment