ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମକୁ ଅଲବିଦା କହିଛନ୍ତି ଅଲରାଉଣ୍ଡର କୋରି ଆଣ୍ଡରସନ। ଏଥିସହ ସେ ଆମେରିକା ତରଫରୁ କ୍ରିକେଟ୍ ଖେଳିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ୨୯ ବର୍ଷୀୟ ଏହି ନ୍ୟୁଜିଲାଣ୍ଡ କ୍ରିକେଟର ଏଣିକି ଆମେରିକା ତରଫକୁ କ୍ରିକେଟ୍ ଖେଳୁଥିବା ନଜର ଆସିବେ। ଆଗକୁ ଆୟୋଜିତ ହେବାକୁ ଥିବା ଆମେରିକା କ୍ରିକେଟ୍ ଲିଗ ପାଇଁ ସେ ତିନିବର୍ଷର ଚୁକ୍ତିନାମା ସ୍ୱାକ୍ଷର କରିଥିବା ଜଣାପଡ଼ିଛି।

“ନ୍ୟୁଜିଲାଣ୍ଡ ଦଳକୁ ପ୍ରତିନିଧିତ୍ୱ କରିବା ନିହାତି ପକ୍ଷେ ଗର୍ବ ଓ ସମ୍ମାନର କଥା। ଦଳର ଖେଳାଳିମାନେ ମଧ୍ୟ ମୋ ପ୍ରତି ଯଥେଷ୍ଟ ଭଲପାଇବା ରଖିଛନ୍ତି। ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ମୋ ପାଇଁ ଅନେକ କିଛି କରିଛି”, କହିଛନ୍ତି କୋରି ଆଣ୍ଡରସନ। ତା ସହିତ ଦଳକୁ ବିଦାୟ ଜଣାଇବା ବହୁତ କଷ୍ଟଦାୟକ ଅନେକ ଥର ଭାବିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ କୋରି ଆଣ୍ଡରସନ ଜଣେ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍ ଭାବେ ବେଶ ଜଣାଶୁଣା। ସେ ୩୬ ବଲରୁ ଶତକୀୟ ଇଂନିସ ମଧ୍ୟ ଖେଳିଛନ୍ତି, ଯାହାକି ଅନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ଦ୍ରୁତତ୍ତମ। ଏହାସହ ଏହି ବ୍ୟାଟ୍ସମ୍ୟାନ ଜଣକ ନ୍ୟୁଜିଲାଣ୍ଡ ପାଇଁ ୧୩ଟି ଟେଷ୍ଟ, ୪୯ଟି ଦିନିକିଆ ଓ ୩୧ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ମଧ୍ୟ ଖେଳିଛନ୍ତି।

Comment