ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଶିକ୍ଷାବର୍ଷ ଅର୍ଥାତ ୨୦୨୦-୨୧ରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ପିଏଚଡ଼ି କରିପାରିବେ। ପ୍ରଥମ ପର୍ଯ୍ୟାୟରେ ୧୧ଟି ବିଭାଗରେ ଏହି ସୁଯୋଗ ମିଳିବ। ସେଗୁଡ଼ିକ ହେଲା ଅର୍ଥନୀତି,ଇଂରାଜୀ,ଓଡ଼ିଆ,ଗୃହ ବିଜ୍ଞାନ,ଶିକ୍ଷା, ଲିଙ୍ଗ ଅଧ୍ୟୟନ, ବାଣିଜ୍ୟ,ବାୟୋ ଟେକ୍ନୋଲୋଜି, କମ୍ପ୍ୟୁଟର ସାଇନ୍ସ ଓ ଜୀବ ବିଜ୍ଞାନ। ପିଜି କାଉନ୍ସିଲ ଅଧ୍ୟକ୍ଷା ପ୍ରଫେସର ସମିତା ମହାନ୍ତି ଏହା ଘୋଷଣା କରିଛନ୍ତି।

ବିଶ୍ୱବିଦ୍ୟାଳୟର ଷଷ୍ଠ ପ୍ରତିଷ୍ଠା ଦିବସରେ ଏହା ଘୋଷଣା କରାଯାଇଛି। ତେବେ ପ୍ରତି ବିଭାଗରେ କେତୋଟି ଲେଖା ସିଟ ରହିବ ତାହା ନିର୍ଦ୍ଧାରିତ ହୋଇନାହିଁ। ଆହୁରି ମଧ୍ୟ ପ୍ରଥମ ଥର ପାଇଁ ରମାଦେବୀରେ ସାମ୍ବାଦିକତା ଓ ଗଣମାଧ୍ୟମର ପିଜି ବିଭାଗ ଖୋଲିବ। ଇତି ମଧ୍ୟରେ ୩୨ଟି ସିଟ ପାଇଁ ଆଡ଼ମିସନ ଆରମ୍ଭ ହୋଇଯାଇଛି। ଏଥିପାଇଁ ଦୁଇ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି।

ପ୍ରଫେସର ସମିତା ମହାନ୍ତି କହିଛନ୍ତି ଯେ, ବିଭିନ୍ନ ବିଭାଗରେ ଖୁବଶୀଘ୍ର ୬୪ ଜଣ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତ ହେବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓପିଏସିକୁ ଏହି ଦାୟିତ୍ୱ ଦିଆଯାଇଛି। ଅଧିକନ୍ତୁ, ଚଳିତ ବର୍ଷ ଠାରୁ ଶିକ୍ଷା ବିଭାଗରେ ୪୮ଟି ଅନର୍ସ ସିଟ ମଧ୍ୟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Comment