ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଗତ ୧୩ ଦିନଧରି ଆନ୍ଦୋଳନରେ ବସିଛନ୍ତି। ଆଜି ଏହାକୁ ନେଇ ସାରା ଭାରତରେ ବନ୍ଦ ମଧ୍ୟ ପାଳନ ହୋଇଛି। ଏହାରି ଭିତରେ ମଙ୍ଗଳବାର ସନ୍ଧ୍ୟା ୭ଟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କୃଷକ ନେତାମାନଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।

ଏନେଇ ମଙ୍ଗଳବାର ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି ଯେ, ସେମାନେ ଏବେ ସିଙ୍ଘୁ ବର୍ଡର ଯାଉଛନ୍ତି। ଏହାପରେ ସେମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। ସନ୍ଧ୍ୟା ୭ଟାରେ ଏହି ବୈଠକ ଆୟୋଜନ ହେବାକୁ ଥିବାବେଳେ ଏଥିରେ ୧୫ରୁ ୧୭ଜଣ କୃଷକ ନେତା ସାମିଲ  ହେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ ଏହି ଆଲୋଚନା ଫଳରେ ଚାଷୀ ଓ ସରକାରଙ୍କ ଭିତରେ ଏକ ନିଷ୍କର୍ସ ବାହାରିବ ବୋଲି କୁହାଯାଉଛି।

ଏହାପୂର୍ବରୁ ଚାଷୀ ଓ ସରକାରଙ୍କ ଭିତରେ ୫ ଥର ବୈଠକ ହୋଇସାରିଛି। ଯେଉଁଥିରେ ଚାଷୀନେତାଙ୍କ ସହ ସରକାରଙ୍କ ପ୍ରତିନିଧି କଥା ହୋଇଛନ୍ତି। ଏହି ବୈଠକରେ କିନ୍ତୁ ଚାଷୀ ଆନ୍ଦୋଳନକୁ ନେଇ କୌଣସି ନିଷ୍କର୍ସ ବାହାରିପାରିନାହିଁ। ବୁଧବାର ଚାଷୀ ଓ ସରକାରଙ୍କ ଭିତରେ ଷଷ୍ଠ ଥର ପାଇଁ ମଧ୍ୟ ଆଲୋଚନା ହେବାକୁ ଅଛି। ଏହାପୂର୍ବରୁ ଶାହଙ୍କ ସହ କୃଷକ ନେତାଙ୍କ ଏହି ଆଲୋଚନା ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଅନୁମାନ କରାଯାଉଛି।

Comment