ଓଡ଼ିଶାଲାଇଭ୍ ବ୍ୟୁରୋ

ଧୋନୀଙ୍କ ପରେ ପାଣ୍ଡ୍ୟା ହେବେ କି ଟିମ୍ ଇଣ୍ଡିଆର ବେଷ୍ଟ ଫିନିସର?

ଟିମ୍ ଇଣ୍ଡିଆର କ୍ୟାପଟେନ୍ କୁଲ୍ ମାହି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଲେଣି। ଏହାସତ୍ତ୍ୱେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମିନାହିଁ; କାରଣ ଧୋନୀଙ୍କ ପରେ ଟିମ୍ ଇଣ୍ଡିଆରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାକୁ କେଉଁ ଖେଳାଳି ପୂରଣ କରିବେ ସେ ନେଇ ସବୁବେଳେ ଆଲୋଚନା ଜାରି ରହିଛି।

ଏହାରି ଭିତରେ ଟିମ୍ ଇଣ୍ଡିଆର ଦୁର୍ଦ୍ଦଷ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହିଁ ଧୋନୀଙ୍କ ଫିନିସର ଦାୟିତ୍ୱ ସମ୍ଭାଳିପାରିବେ ବୋଲି ଚର୍ଚ୍ଚା ହେଉଛି। ଏହାର ପ୍ରମାଣ ଗତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ହିଁ ମିଳିପାରୁଛି। ଦିନିକିଆ ମ୍ୟାଚଗୁଡ଼ିକରେ ଯେଉଁଠି ଟିମ୍ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଫେଲ୍ ହେଉଥିଲେ ସେ ସମୟରେ ହାର୍ଦ୍ଦିକ ହିଁ ଅଷ୍ଟ୍ରେଲୀୟ ବୋଲରଙ୍କୁ ପ୍ରହାର କରିଚାଲିଥିଲେ।ତିନୋଟି ଦିନିକିଆରେ ପାଣ୍ଡ୍ୟା ଯଥାକ୍ରମେ ୯୦, ୨୮ଏବଂ ୯୨ ରନ୍ କରିଥଲେ। ଏହାପରେ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚରେ ସେ ୨୨ ବଲରୁ ୪୨ ରନ କରି ଅଷ୍ଟ୍ରେଲିଆଠାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। ଯାହାପରେ ତାଙ୍କୁ ଏବେ ଟିମ୍ ଇଣ୍ଡିଆର ଫିନିସର ଆଖ୍ୟା ଦିଆଯାଇଛି।

“ଧୋନୀ ଏବଂ ବିରାଟଙ୍କ ପରେ ପାଣ୍ଡ୍ୟା ହିଁ ଆଗାମୀ ଦିନରେ ଟିମ୍ ଇଣ୍ଡିଆର ନୂଆ ଟ୍ରମ୍ପକାର୍ଡ ସାଜିବେ। ଆଗକୁ ଟି-୨୦ ବିଶକପ୍ ଓ ଦିନିକିଆ ବିଶ୍ୱକପ୍ ମଧ୍ୟ ହେବାକୁ ଅଛି। ତେଣୁ ଟିମ୍ ଇଣ୍ଡିଆ ପାଇଁ ପାଣ୍ଡ୍ୟା ହିଁ ଗେମ ଚେଞ୍ଜର ସାବ୍ୟସ୍ତ ହେବେ”, କହିଛନ୍ତି ଇଂଲଣ୍ଡର ପୂର୍ବତନ ମାଇକେଲ୍ ବେଭାନ। ତାଙ୍କ ସହ ଅନେକ ଭାରତୀୟ ଖେଳାଳି ମଧ୍ୟ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ଫିନିସର ଆଖ୍ୟା ଦେଇସାରିଲେଣି।ପାଣ୍ଡ୍ୟାଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ ହିଁ ଶେଷ ଆଡକୁ ଆସି ଧମାକାଦାର ଇଂନିସ ଖେଳୁଥିଲେ। ଗୋଟିଏ ଓଭରରେ ବିଜୟ ପାଇଁ ୨୦ ରନରୁ ବି ଅଧିକ ଥିଲେ, ଧୋନୀ ତାହା ସମ୍ଭବ କରି ଦେଖାଉଥିଲେ। ଧୋନୀଙ୍କ ଅବସର ପରେ ଟିମ୍ ଇଣ୍ଡିଆ ସେଭଳି ଜଣେ ଫିନିସରଙ୍କୁ ଖୋଜୁଥିଲା, ଯାହା ଏବେ ପାଣ୍ଡ୍ୟା ପୂରଣ କରିଛନ୍ତି।

ଚଳିତ ଆଇପିଏଲରେ ମଧ୍ୟ ପାଣ୍ଡ୍ୟା ଅନେକ ଦମଦାର ଇଂନିସ ଖେଳିଥିଲେ। ୧୪ଟି ମ୍ୟାଚରୁ ସେ ମୋଟ ୨୮୧ ରନ୍ କରିଥିଲେ। ତାଙ୍କର ଷ୍ଟ୍ରାଇକ୍ ରେଟ୍ ମଧ୍ୟ ୧୭୮.୪୨ ରହିଥିଲା। ଯେଉଁ କାରଣରୁ ମୁମ୍ବାଇ ପୁଣିଥରେ ଟାଇଟଲ ଜିତିବାରେ ସକ୍ଷମ ହୋଇଥିଲା।

Comment