ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ହେଲେ ପାଠକ ବାପ ପୁଅ। ଶୁକ୍ରବାର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଏକ ନୂଆ ମାମଲାରେ କୋର୍ଟରେ ହାଜର କରାଯାଇଛି। ଏହାପରେ ତାଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ ବୋଲି ମଧ୍ୟ ସୂଚନା ମିଳୁଛି।
ଭୁବନେଶ୍ୱର ଖାରବେଳ ନଗର ଥାନାରେ ୬୫ ଲକ୍ଷ ଟଙ୍କା ଠକେଇ ନେଇ ଏକ ଅଭିଯୋଗ ହୋଇଥିଲା। ଶୁକ୍ରବାର ଏହି ମାମଲାରେ ପାଠକ ବାପ ପୁଅଙ୍କୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି।ଅନ୍ୟପଟେ କୋର୍ଟରେ ହାଜର ହେବା ସମୟରେ ଆକାଶ ପାଠକ କହିଛନ୍ତି ଯେ, ତାଙ୍କ ପାଖରେ ସବୁକିଛି ପ୍ରମାଣ ଅଛି, ସେ ଏହା କୋର୍ଟକୁ ଦେବେ। ସେ କେତେବେଳେ କାହାକୁ ଠକି ନାହାନ୍ତି ବୋଲି କହିଛନ୍ତି।
ଏପଟେ ଆକାଶ ପାଠକଙ୍କୁ ଆଜି ୫ ଦିନିଆ ରିମାଣ୍ଡରେ ନେବେ କ୍ରାଇମବ୍ରାଞ୍ଚ। ଏନେଇ କିଛି ଦିନ ତଳେ ସାଇବର ଥାନା ପକ୍ଷରୁ ଆବେଦନ କରାଯାଇଥିଲା। ଗୁରୁବାର କୋର୍ଟ ମଧ୍ୟ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଶୁକ୍ରବାର ଆକାଶଙ୍କୁ କୋର୍ଟରେ ହାଜର କରିବା ପରେ ସେଠାରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନିଆଯିବ।