ଓଡ଼ିଶାଲାଇଭ୍ ବ୍ୟୁରୋ

ଟିଆରପି ଘୋଟାଲାକୁ ନେଇ ରିପବ୍ଲିକ୍ ଟିଭିର ସିଇଓ ବିକାଶ ରାମଚନ୍ଦାନୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ। ରବିବାର ସକାଳୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ପୋଲିସ ତାଙ୍କୁ ଗିରଫ କରିଛି।

ଅକ୍ଟୋବର ମାସରେ ମୁମ୍ବାଇ ପୋଲିସ ଟିଆରପି ଘୋଟାଲାକୁ ନେଇ ଏକ ବଡ଼ ରାକେଟର ପର୍ଦ୍ଦାଫାସ୍ କରିଥିଲା। ଏଥିରେ ତିନୋଟି ଚାନେଲ ଟେଲିଭିଜନ ରେଟିଂ ପଏଣ୍ଟ (TRP)କୁ ନେଇ ହେରଫେର୍ କରୁଥିବା କୁହାଯାଇଥିଲା। ଯେଉଁଥିରେ ଜାତୀୟ ସ୍ତରର ପ୍ରମୁଖ ଗଣମାଧ୍ୟମ ରିପବ୍ଲିକ୍ ଟିଭିର ନାଁ ରହିଥିଲା।

ମୁମ୍ବାଇ ପୋଲିସ କମିସନର ଏହି ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, ଲୋକମାନଙ୍କୁ ନିର୍ଦ୍ଧିଷ୍ଟ ଏକ ଚାନେଲ ଦେଖିବାକୁ ଟଙ୍କା ଦିଆଯାଉଛି। ସେମାନଙ୍କ ଘରେ ସେହି ଗୋଟିଏ ଚାନେଲକୁ ଜାଣିଶୁଣି ଚଲାଯାଉଛି। ଫଳରେ ସମ୍ପୃକ୍ତ ଚାନେଲଗୁଡ଼ିକ ଟିଆରପି ରେଟିଂରେ ଆଗରେ ରହୁଛନ୍ତି। ମୁମ୍ବାଇ ପୋଲିସ ଏନେଇ ଅଧିକ ଛାନଭିନ୍ କରିବ ବୋଲି ସେ ସମୟରେ ମୁମ୍ବାଇ ପୋଲିସ କମିସନର କହିଥିଲେ। ଏହାପରେ ରବିବାର ରିପବ୍ଲିକ୍ ଟିଭିର ସିଇଓଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି।

Comment