ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ୨ ବର୍ଷରେ ରାଜ୍ୟରୁ ୫ ହଜାର ୫ ଶହ ୩ ଶିଶୁ ନିଖୋଜ ଅଛନ୍ତି। ଏହା ଏକ ଚିନ୍ତାଜନକ ବିଷୟ। ତେଣୁ ନିଜ ପିଲାଙ୍କୁ ହରାଇଥିବା ଏହି ସମସ୍ତ ପରିବାରକୁ ନ୍ୟାୟ ଦେବା ପାଇଁ ବିଜେପି ଚେଷ୍ଟା କରିବ। ଆସନ୍ତା ୨୦ରୁ ୨୪ ତାରିଖ ମଧ୍ୟରେ ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପଦଯାତ୍ରା କରିବ। ପରୀ ପ୍ରସଙ୍ଗରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ପରୀ ମାମଲାର ଶୀଘ୍ର ତଦନ୍ତ ଶେଷ କରି ପରୀକୁ ନ୍ୟାୟ ଦେବା ଦାବିରେ ଆସନ୍ତା ୨୦ ତାରିଖରୁ ‘ପରୀ ପଦଯାତ୍ରା’ ଆରମ୍ଭ କରିବ ବିଜେପି। ଲିଙ୍ଗରାଜ ମନ୍ଦିରରୁ ଏହି ପଦଯାତ୍ରା ବାହାରି ପରୀର ଗାଁ ନୟାଗଡ଼ର ଯଦୁପୁରରେ ପହଞ୍ଚିବ ବୋଲି କହିଛନ୍ତି ସମୀର ମହାନ୍ତି।

ଏହି ପଦଯାତ୍ରାରେ ସାମିଲ ହେବାକୁ ବୁଦ୍ଧିଜୀବୀ, ଯୁବକ ଓ ଛାତ୍ରଛାତ୍ରୀ, ସାମାଜିକ କର୍ମୀ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି।

Comment