ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ, ନିହାଲପ୍ରସାଦ ଝଙ୍କିରା ଗାଁର ୩ ବର୍ଷର ଶିଶୁ ଆୟୁଷ ମୃତ୍ୟୁ ମାମଲାରେ ତାଙ୍କ ଘର ପାଖର ଜଣେ ମହିଳା ଭାରତୀ ସାହୁଙ୍କୁ ଗିରଫ କରିଛି ପୋଲିସ। ପାରିବାରିକ ଶତ୍ରୁତା ଯୋଗୁଁ ଶିଶୁକୁ ଶ୍ୱାସରୁଦ୍ଧ କରି କୂଆରେ ଫିଙ୍ଗି ଦେଇଥିଲେ ବୋଲି ମହିଳା ଜଣକ ପୋଲିସ ଆଗରେ ମାନିଛନ୍ତି। ମହିଳାଙ୍କ ସ୍ୱୀକାର ପରେ ପୋଲିସ ତାଙ୍କୁ ଗିରଫ କରିଛି।

ଆୟୁଷଙ୍କ ପରିବାର ପଡ଼ୋଶୀ ମହିଳାଙ୍କୁ ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ପଡ଼ୋଶୀ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଅଟକ ରଖିଥିଲା।

ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁର ଜୟନ୍ତ ସାହୁଙ୍କ ୩ ବର୍ଷର ନିଖୋଜ ପୁଅ ଆୟୁଷର ଗୁରୁବାର ମୃତଦେହ ଉଦ୍ଧାର ହୋଇଥିଲା। ବୁଧବାର ସନ୍ଧ୍ୟାରେ ଆୟୁଷ ସନ୍ଧ୍ୟା ୭ଟା ଜେଜେମା ସହିତ ଦାଣ୍ଡରେ ଖେଳୁଥିବାବେଳେ ହଠାତ ଗାଏବ ହୋଇଯାଇଥିଲା। ପୁଅକୁ ନ ପାଇ ଘର ଲୋକ ବହୁ ଖୋଜାଖୋଜି କରିଥିଲେ। ଆୟୁଷ ନମିଳିବାରୁ ଥାନାରେ ଏତଲା ଦିଆଯାଇଥିଲା। ନିଖୋଜର ୨୪ ଘଣ୍ଟା ନ ପୁରୁଣୁ ଆୟୁଷର ମୃତଦେହ ଉଦ୍ଧାର ହୋଇଥିଲା।

Comment