ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଭବ-ବର୍ଷାଙ୍କ ବିବାହ ବିବାଦ ମାମଲାରେ ଶୁକ୍ରବାର କଟକ ସଦର ଏସ୍‌ଡିଜେଏମ୍ କୋର୍ଟରେ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। ଗତକାଲି ଏହି ମାମଲାର ଶୁଣାଣି ବେଳେ ନିଜେ ଅନୁଭବ କୋର୍ଟରେ ଉପସ୍ଥିତ ଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୧୫କୁ ଧାର୍ଯ୍ୟ ହୋଇଛି।

ସ୍ୱାମୀ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ବର୍ଷା ଏକ ମାମଲା ରୁଜୁ କରିଥିଲେ। ଅନୁଭବ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ବର୍ଷା ଅଭିଯୋଗ କରିଥିଲେ। ଅତ୍ୟାଚାରରେ ଅତିଷ୍ଠ ହୋଇ ଅନୁଭବଙ୍କ ସହ ରହିବାକୁ ସୁରକ୍ଷିତ ମନେ ନ କରି ବର୍ଷା ତାଙ୍କଠାରୁ ଭରଣପୋଷଣ ଓ କ୍ଷତିପୂରଣ ଦାବି କରିଥିଲେ। ଅନୁଭବଙ୍କ ନିକଟରୁ ଘରଭଡ଼ା ବାବଦରେ ମାସିକ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ବାବଦରେ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା, ଚିକିତ୍ସା ଏବଂ ରୋଜଗାର ହରାଇଥିବାରୁ ଏ ନେଇ କ୍ଷତିପୂରଣ ବାବଦକୁ ୨ କୋଟି ଟଙ୍କା, ଏହିପରି ମୋଟ କ୍ଷତିପୂରଣ ବାବଦକୁ ୧୫ କୋଟି ଟଙ୍କା ଦାବି କରିଥିଲେ।

ମାମଲା ରୁଜୁ ପରେ ଏସ୍‌ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରୋଟେକ୍‌ସନ୍ ଅଫିସର ମଞ୍ଜୁଲତା ନାୟକ ବର୍ଷାଙ୍କ ବୟାନ ରେକର୍ଡ କରିଥିଲେ। ଏହି ରେକର୍ଡକୁ ସେ ଏସ୍‌ଡିଜେମ୍‌ଙ୍କ ଅଦାଲତରେ ଦାଖଲ କରିବା ପରେ ମାମଲାର ଶୁଣାଣି ହୋଇଥିଲା। ଏହାପରେ ଏସ୍‌ଡିଜେଏମ୍‌ଙ୍କ ଅଦାଲତ ପକ୍ଷରୁ ଅନୁଭବଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ କରାଯାଇଥିଲା। ଗତକାଲି ଅନୁଭଙ୍କ ପକ୍ଷରୁ ଏନେଇ ଜବାବ ଦାଖଲ କରାଯାଇଛି।

Comment