ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ଇଂନିସରେ ଲିଡ୍ ନେବା ପରେ ମଧ୍ୟ ଅଷ୍ଟ୍ରେଲିଆ ମାଟିରେ ଧରାଶାୟୀ ହୋଇଛି ଟିମ୍ ଇଣ୍ଡିଆ। ଆଡିଲେଡର ପ୍ରଥମ ଟେଷ୍ଟରେ ବିରାଟ ବାହିନୀକୁ ୮ ୱିକେଟରେ ହରାଇଛି କଙ୍ଗାରୁ ଦଳ। ଏଥିସହ ଅଷ୍ଟ୍ରେଲିଆ ଏବେ ୧-୦ରେ ଟେଷ୍ଟ ସିରିଜରେ ଆଗୁଆ ହୋଇଛି।

ଶନିବାର ବ୍ୟାଟିଂ ବିପର୍ଯ୍ୟୟ ସହ ଦ୍ୱିତୀୟ ଇଂନିସରେ ମାତ୍ର ୩୬ ରନ କରି ଅଲଆଉଟ୍ ହୋଇଯାଇଥିଲା ଭାରତୀୟ କ୍ରିକେଟ ଦଳ। ଏହାପରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ମାତ୍ର ୯୦ ରନ୍ ଆବଶ୍ୟକ ଥିଲା। ଯାହାକୁ ଦଳ ମାତ୍ର ୨  ୱିକେଟ୍ ହରେଇ ସଂଗ୍ରହ କରିନେଇଛି।ଏହି ମ୍ୟାଚରେ ବିରାଟ କୋହଲି ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଇଂନିସରେ କୋହଲିଙ୍କ ଦମଦାର ୭୪ ରନ ବଳରେ ଦଳ ୨୪୪ ରନ କରି ଅଲଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ଘାତକ ବୋଲିଂ କରି ୪ଟି ୱିକେଟ୍ ନେଇଥିଲେ। ଏହାପରେ ପ୍ରଥମ ଇଂନିସ ଆରମ୍ଭ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ। ହେଲେ ଅଶ୍ୱିନୀଙ୍କ ଅଫ୍ ସ୍ପିନ ଆଗରେ କଙ୍ଗାରୁ ଦଳର ବ୍ୟାଟ୍ସମ୍ୟାନମାନେ ତିଷ୍ଠି ନଥିଲେ। ଦଳ ମାତ୍ର ୧୯୧ ରନ କରି ଅଲଆଉଟ୍ ହେବା ସହ ପ୍ରଥମ ଇଂନିସରେ ୫୩ ରନର ଲିଡ୍ ନେଇଥିଲା ଟିମ୍ ଇଣ୍ଡିଆ।

ଏହାପରେ କିନ୍ତୁ ବିରାଟ ବାହିନୀ ଉପରେ ଭାରି ପଡ଼ିଥିଲା ଅଷ୍ଟ୍ରେଲିଆ। ଦ୍ୱିତୀୟ ଇଂନିସରେ ଅଷ୍ଟ୍ରେଲିଆ, ଇଣ୍ଡିଆକୁ ମାତ୍ର ୩୬ରେ ଅଲଆଉଟ୍ କରିବା ସହ ୯୦ ରନ ସଂଗ୍ରହ କରି ମ୍ୟାଚରେ ଜିତାପଟ ହାସଲ କରିଛି। ପ୍ରଥମ ଇଂନିସରେ ଦମଦାର ୭୩ ରନ କରି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରନ ସଂଗ୍ରହ କରିଥିବାରୁ ଅଧିନାୟକ ଟିମ୍ ପେନକୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ଦିଆଯାଇଛି।

Comment