ଓଡ଼ିଶାଲାଇଭ୍ ବ୍ୟୁରୋ

ସୁସ୍ଥ ରହିବା ପାଇଁ ଅନେକ ଲୋକ ମର୍ଣ୍ଣିଂ ଓ୍ୱାକ୍ କରିଥାନ୍ତି। ତେବେ ଶରୀରକୁ ସୁସ୍ଥ ରଖିବା ବ୍ୟତୀତ ପ୍ରତିଦିନ ସକାଳୁ ଚାଲିବା ଦ୍ୱାରା ଆହୁରି ଅନେକ ଉପକାର ମଧ୍ୟ ମିଳିଥାଏ। ମର୍ଣ୍ଣି ଓ୍ୱାକ୍ ଦ୍ୱାରା ତ୍ୱଚା ଓ କେଶ ସମସ୍ୟା ଦୂର ହେବା ସହ ମାନସିକ ଶାନ୍ତି ମିଳିଥାଏ।ବ୍ରଣ ସମସ୍ୟା ଦୂର ହୁଏ

ବ୍ରଣ, ବ୍ଲାକ୍ ହେଡ୍ସ, ହ୍ୱାଇଟ୍ ହେଡ୍ସ ପରି ସମସ୍ୟା ମୁହଁର ସୌନ୍ଦର୍ଯ୍ୟକୁ କମ୍ କରିଥାଏ। ମୁହଁରେ ଥିବା ଲୋମଛିଦ୍ରଗୁଡ଼ିକ ବନ୍ଦ ହୋଇଯିବା ଫଳରେ ଏହି ସବୁ ସମସ୍ୟା ସୃଷ୍ଟି ହୁଏ। ମର୍ଣ୍ଣିଂ ଓ୍ୱାକ୍ କରିବା ଦ୍ୱାରା ଦେହରୁ ଝାଳ ବାହାରିଥାଏ, ଯାହାକି ସେହି ଛିଦ୍ରଗୁଡ଼ିକୁ ଖୋଲିବାରେ ସାହାଯ୍ୟ କରେ। ଯାହାଦ୍ୱାରା ବ୍ରଣ, ବ୍ଲାକ ହେଡ୍ସ ଓ ହ୍ୱାଇଟ ହେଡ୍ସ ପରି ସମସ୍ୟା ଦୂର ହୁଏ।

ଉଜ୍ଜ୍ୱଳ ତ୍ୱଚା

ମର୍ଣ୍ଣି ଓ୍ୱାକ୍ କରିବା ସମୟରେ ହୃତସ୍ପନ୍ଦନ ବୃଦ୍ଧି ପାଇଥାଏ। ଫଳରେ ଶରୀରରେ ରକ୍ତ ପ୍ରବାହ ଭଲ ଭାବେ ହୋଇପାରେ। ଏହି କାରଣରୁ ଚେହେରାରେ ଚମକ ଆସିଥାଏ। ଏହାଛଡ଼ା ପ୍ରତିଦିନ ସକାଳୁ ଚାଲିବା ଦ୍ୱାରା ଚେହେରାରେ ଥିବା ଦାଗଗୁଡ଼ିକ ମଧ୍ୟ ଦୂର ହୋଇଥାଏ।ତ୍ୱଚାରେ କୁଞ୍ଚନ ସମସ୍ୟା ଦୂର କରେ

ଶରୀରରେ ଷ୍ଟ୍ରେସ୍ ହର୍ମୋନ କୋର୍ଟିସୋଲ ଅଧିକ ହେଲେ ମୁହଁରେ କୁଞ୍ଚନ ସୃଷ୍ଟି ହୁଏ। କିନ୍ତୁ ମର୍ଣ୍ଣିଂ ଓ୍ୱାକ୍ କରିବା ଫଳରେ ଶରୀରରେ ଷ୍ଟ୍ରେସ୍ ହର୍ମୋନ କୋର୍ଟସୋଲ ସ୍ତର ନର୍ମାଲ ରହିଥାଏ। ଫଳରେ ତ୍ୱଚାରେ କୁଞ୍ଚନ ସମସ୍ୟା ଦୂର ହୋଇଥାଏ।

ମାନସିକ ଚାପ ହ୍ରାସ କରେ

ମାନସିକ ଚାପ ଯୋଗୁ ଅନେକଙ୍କର ଆଖି ତଳେ କଳାଦାଗ ହୋଇଯାଏ। ଏହି ସମସ୍ୟାକୁ ଦୂର କରିଥାଏ ମର୍ଣ୍ଣିଂ ଓ୍ୱାକ୍। କାରଣ ପ୍ରତିଦିନ ସକାଳୁ ଚାଲିବା ଦ୍ୱାରା ମାନସିକ ଚାପ ହ୍ରାସ ପାଇଥାଏ, ଯାହାକି ମୁହଁରୁ କଳା ଦାଗ ଦୂର କରିବା ସହ ତ୍ୱଚାରେ ଚମକ ଆଣିଥାଏ।କେଶକୁ ମଜଭୁତ କରେ

ମର୍ଣ୍ଣିଂ ଓ୍ୱାକ୍ କେବଳ ତ୍ୱଚା ପାଇଁ ଉପକାରୀ ହୋଇଥାଏ ତାହା ନୁହେଁ, ଏହା କେଶକୁ ମଜଭୁତ କରିବାରେ ମଧ୍ୟ ସହାୟକ ହୋଇଥାଏ। ମର୍ଣ୍ଣିଂ ଓ୍ୱାକ୍ କରିବା ଦ୍ୱାରା କେଶର ଫଲିକିଲ୍ସରେ ଅକ୍ସିଜେନ ଓ ନ୍ୟୁଟ୍ରିଏଣ୍ଟସ୍ ବଢ଼ିଥାଏ। ଏହାଦ୍ୱାରା କେଶ ମଜଭୁତ ହେବା ସହ ଶୀଘ୍ର ବଢ଼ିଥାଏ।

Comment