ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରୀକୁ ନ୍ୟାୟ ଦେବା ଦାବିରେ ବିଜେପି କରୁଥିବା ପଦଯାତ୍ରା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ରାତ୍ରି ବିଶ୍ରାମ ପରେ ଯାଅଁଳାରୁ ଆଜି ପରୀର ଗାଁ ଯଦୁପୁର ଅଭିମୁଖେ ବାହାରିଛନ୍ତି ବିଜେପି ନେତା ଓ କର୍ମୀ। ପରୀ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଓ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ଏହି ପଦଯାତ୍ରା କରୁଛି।

୫ ମାସ ଯାଏଁ ନୟଗଡ଼ ପୋଲିସ ପରୀ ମାମଲାରେ ତଦନ୍ତକୁ ମନ୍ଥର କରିଛି। କୃଷି ମନ୍ତ୍ରୀଙ୍କୁ ପୋଲିସ ସୁରକ୍ଷା ଯୋଗାଉଥିବା କହିଛନ୍ତି ବିଜେପି।

ପ୍ରଥମ ଦିନରେ ବିଜେପିର ଏହି ପଦଯାତ୍ରା ଭୁବନେଶ୍ୱରରୁ ବାହାରି ଯାଆଁରେ ଶେଷ ହୋଇଥିଲା। ଆଜି ଯାଆଁଳାରୁ ସାରୁଅ, ୨୨ ତାରିଖରେ ସାରୁଅରୁ ପିଚୁକୋଳି, ୨୩ରେ ପିଚୁକୋଳିରୁ ଇଟାମାଟି, ଓ ୨୪ ତାରିଖରେ ଇଟାମାଟିର ଯଦୁପୁର ଗାଁରେ ପହଞ୍ଚିବ ବିଜେପି।

‘‘କୁନି ଝଅ ପରୀର ହତ୍ୟା, ଅଙ୍ଗ ଚୋରି, ଦୋଷୀଙ୍କୁ ସୁରକ୍ଷା ଦେବାର ଚେଷ୍ଟା ରାଜ୍ୟବାସୀଙ୍କୁ ଆଘାତ ଦେଇଛି। କୁନି ଝିଅ ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ଶେଷ ଯାଏଁ ଲଢ଼ିବ’’, କହିଛନ୍ତି ବିଜେପି ସଭାପତି ସମୀର ମହାନ୍ତି।

Comment