ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ର କୁନି ଝିଅ ପରୀ ପାଇଁ ବିଜେପି କରୁଥିବା ପଦଯାତ୍ରାର ଆଜି ହେଉଛି ଶେଷଦିନ। ଆଜି ଇଟାମାଟିରୁ ବାହାରି ଏହି ପଦଯାତ୍ରା ଯଦୁପୁରରେ ପହଞ୍ଚିବ। ଏଠାରେ ଥିବା ଏକ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପରେ ନୟଗଡ଼ ପୁରୁଣା ବସଷ୍ଟାଣ୍ଡରେ ନିକଟରେ ଏକ ପଥପ୍ରାନ୍ତ ସମାବେଶ କରିବ ବିଜେପି। ଏହି ସମାବେଶରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହିତ ବହୁ ବରିଷ୍ଠ ନେତା ସାମିଲ ହେବେ।

ପରୀର ପ୍ରକୃତ ହତ୍ୟାକାରୀକୁ ଗିରଫ କରିବା ପାଇଁ ଗତ ୨୦ ତାରିଖରୁ ବିଜେପି ଏହି ପଦଯାତ୍ରା କରୁଛି। ତରୁନ୍ତ କାର୍ଯ୍ୟାନୁଷ୍ଠାନ ସହିତ ନାବାଳିକାଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜେପି ଅଟଳ ରହିଛି। ଯେଉଁଯାଏଁ ପରୀକୁ ନ୍ୟାୟ ନମିଳିଛି ବିଜେପି ଚୁପ୍‌ ବସିବନି ବୋଲି କହିଛି।

ଅନ୍ୟପଟେ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ଜାରି ରଖିଛି। ମାମଲାରେ ଜଣଙ୍କୁ ଗିରଫ କରିବା ପରେ ଅଧିକ ତଥ୍ୟ ସଂଗ୍ରହ କରୁଛି ଏସଆଇଟି।

Comment