ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷ ପୂର୍ବରୁ ଦଶନ୍ଧିର ଶ୍ରେଷ୍ଠ ଏଗାର ଜଣିଆ ଟି-ଟ୍ୱେଣ୍ଟି ଏବଂ ଦିନିକିଆ କ୍ରିକେଟ ଟିମ୍ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। କ୍ରିକେଟର ଏହି ଉଭୟ ଫର୍ମାଟ ଟିମ୍‌ରେ ଭାରତୀୟ କ୍ରିକେଟରଙ୍କ ଦବ୍‌ଦବା ଦେଖିବାକୁ ମିଳିଛି।

ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ୧୧ଜଣିଆ ଟି-ଟ୍ୱେଣ୍ଟି ଦଳରେ ଅଧିନାୟକ ଭାବେ ମହେନ୍ଦ୍ର ସିଂ ଧୋନିଙ୍କୁ ଦାୟିତ୍ଵ ଦିଆଯାଇଛି। ସେହିପରି ରୋହିତ ଶର୍ମା, ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍ରାଙ୍କୁ ଆଇସିସି ଏହି ଦଶନ୍ଧି ଟିମରେ ସାମିଲ କରିଛି। ଭାରତୀୟ ଖେଳାଳିଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍, କିରନ୍ ପୋଲାର୍ଡ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକାର ଏକମାତ୍ର ଖେଳାଳି ଭାବରେ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏବି ଡି ଭିଲିୟର୍ସ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଏବେର କ୍ୟାପଟେନ ଆରୋନ ଫିଞ୍ଚ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।

ଅନ୍ୟପଟେ ଦିନିକିଆ କ୍ରିକେଟ ଦଳରେ ଅଧିନାୟକ ଭାବେ ମହେନ୍ଦ ସିଂ ଧୋନୀଙ୍କୁ ଦାୟିତ୍ଵ ଦେଇଛି ଆଇସିସି। ଧୋନୀଙ୍କ ସହ ଟିମ୍‌ ଇଣ୍ଡିଆରୁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଏହି ତାଲିକାରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସ ଏବଂ ଇମ୍ରାନ ତାହିର, ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗା, ଅଷ୍ଟ୍ରେଲିଆର ଡେଭିଡ୍ ଓ୍ଵାର୍ଣ୍ଣର ଏବଂ ମାଇକେଲ ଷ୍ଟାର୍କ, ନ୍ୟୁଜିଲାଣ୍ଡରଟ୍ରେଣ୍ଟ ବୋଲ୍ଟ, ଏବଂ ବେନ ଷ୍ଟୋକ୍ସ, ବାଂଲାଦେଶର ସକିବ ଅଲ ହାସନ ଆଦି ଖେଳାଳି ଦଳରେ ସ୍ଥାନ ପାଇଛନ୍ତି।

ଏହି ଉଭୟ ଦଳରେ ଦୀର୍ଘ ଦିନ ଧରି ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହିଥିବା ପାକିସ୍ତାନ ଦଳର କୌଣସି ଖେଳାଳି ସ୍ଥାନ ପାଇ ନାହାନ୍ତି। ଭାରତର ସର୍ବାଧିକ ଖେଳାଳି ଆଇସିସିର ଏହି ଦଶନ୍ଧି ଟିମ୍‌ରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି।

Comment