ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ମେଟ୍ରୋରେ ଦେଶର ପ୍ରଥମ ଡ୍ରାଇଭର ବିହୀନ ଟ୍ରେନ ଆଜିଠୁ ଗଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି। ଏହାସହିତ ନାସନାଲ କମନ୍‌ ମୋବିଲିଟି କାର୍ଡ ବ୍ୟବସ୍ଥାର ମଧ୍ୟ ଆରମ୍ଭ ହୋଇଛି।

ଏହି ଟ୍ରେନଟି ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ (ଜନକପୁରୀ ୱେଷ୍ଟରୁ ବଟାନିକାଲ ଗାର୍ଡେନ ମଧ୍ୟରେ) ଚଳାଚଳ କରିବ। ଏହି ଦୁଇ ସ୍ଥାନ ମଧ୍ୟରେ ଦୂରତା ୩୭ କିଲୋମିଟର ରହିଛି। ଏହି ଟ୍ରେନରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି।  ୨ହଜାର ୨ଶହ୮୦ ଜଣ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରିପାରିବେ। ପ୍ରତ୍ୟକ କୋଚରେ ୩୮୦ଜଣ ଯାତ୍ରୀ ଯାତ୍ରା କରିପାରିବେ।

ଏହାପରେ ପିଙ୍କ ଲାଇନ୍‌ରେ ମଜଲିସ୍ ପାର୍କରୁ ଶିବ ବିହାର ମଧ୍ୟରେ ଆସନ୍ତାବର୍ଷ ମଧ୍ୟଭାବ ସୁଦ୍ଧା ୫୭ କିମି ମଧ୍ୟରେ ଆଉ ଏକ ଡ୍ରାଇଭର ବିହୀନ ଟ୍ରେନ ଚଳାଚଳ କରିବ ବୋଲି ଜଣାପଡ଼ିଛି। ବିଶ୍ୱରେ ମେଟ୍ରୋ ନେଟୱାର୍କରେ ଚଳାଚଳ କରୁଥିବା ଡ୍ରାଇଭରବିହୀନ ଟ୍ରେନରେ ଭାରତର ଅବଦାନ ପ୍ରାୟ ୯ ପ୍ରତିଶତ ରହିବ।

Comment