ଓଡ଼ିଶାଲାଇଭ୍ ବ୍ୟୁରୋ

ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି। ଶନିବାର ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଗାଙ୍ଗୁଲି ଆଜି ନିଜ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା ହୋଇପାରେ ବୋଲି ସୂଚନା ମିଳୁଛି। ତେବେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ। ତାଙ୍କ ଅସୁସ୍ଥ ହେବା ଖବର ମିଳିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରି ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ସୌରଭ ଖୁବଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ଫେରନ୍ତୁ ବୋଲି ମମତା ଟୁଇଟରରେ ଲେଖିଛନ୍ତି।

ଭାରତର ଏହି ପୂର୍ବତନ କ୍ରିକେଟର ବର୍ତ୍ତମାନ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ସଭାପତି ଅଛନ୍ତି। ତା ସହିତ ସେ ରାଜନୀତିରେ ପ୍ରବେଶ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

Comment