ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷ ଆରମ୍ଭରେ ଦେଶବାସୀଙ୍କ ପାଇଁ ଖୁସିଖବର ଆସିଛି। ଭାରତ ପ୍ରସ୍ତୁତ କୋଭିଡ ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଧିବଧ୍ୟଭାବେ ଅନୁମତି ମିଳିଛି। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DGCI) ରବିବାର ଏହି ଦୁଇଟି ଟିକାକୁ ଅନୁମତି ଦେଇଛି।

ଶନିବାର ସିରମ୍ ଇନଷ୍ଟିଚ୍ୟୁଟ ଦ୍ଵାରା ପ୍ରସ୍ତୁତ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ ଦ୍ଵାରା ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ଭିତ୍ତିରେ ବ୍ୟବହାର ପାଇଁ ଡିଜିସିଆଇ ଅନୁମତି ଦେଇଥିଲା ବେଳେ ଆଜି ବିଧିବଧ୍ୟଭାବେ ଏହି ଦୁଇ ଟିକାକୁ ଅନୁମୋଦନ ମିଳିଛି।ରବିବାର ଏକ ସାମ୍ଵାଦିକ ସମ୍ମିଳନୀରେ ଡିଜିସିଆଇର ନିର୍ଦ୍ଦେଶକ ଭିଜି ସୋମାନୀ କହିଛନ୍ତି ଯେ, ଉଭୟ ଟିକା ୧୦୦ ପ୍ରତିଶତ ସୁରକ୍ଷିତ ପ୍ରମାଣିତ ହୋଇଛି। ଏଣିକି ଏହାର ଦୁଇଟି ଲେଖାଏଁ ଡୋଜ୍ ଇଞ୍ଜେକ୍ସନ୍ ଆକାରରେ ଦିଆଯାଇପାରିବ।

ଦେଶରେ ଦୁଇଟି କୋଭିଡ ଟିକାକୁ ଅନୁମତି ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏବାବଦରେ ଏକ ଟୁଇଟ କରି ମୋଦୀ ଲେଖିଛନ୍ତି ଯେ, ଆମ ଦେଶ ପ୍ରସ୍ତୁତ ଦୁଇଟି ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଛି। ଏହା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର କଥା। ଆମ ଦେଶର ଗବେଷକମାନେ ଆତ୍ମନିର୍ଭର ଭାରତକୁ ଗୁରୁତ୍ଵ ସଫଳ କରିଛନ୍ତି। ଫଳସ୍ଵରୂପ ଆମ ଦେଶୀୟ ଟିକାକୁ ବ୍ୟବହାର ପାଇଁ ଅନୁମୋଦନ ମିଳିଛି।

Comment