ଓଡ଼ିଶାଲାଇଭ୍ ବ୍ୟୁରୋ

ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣା ପରେ ରାଜନୀତି ତେଜିବାରେ ଲାଗିଛି। ଏହି ଘଟଣାରେ ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ସମ୍ଵିତ ପାତ୍ର। ଏହି ହତ୍ୟା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିବା ପରେ ସୋମବାର ଏକ ଟୁଇଟ କରି ସମ୍ଵିତ କହିଛନ୍ତି ଯେ, ବଙ୍ଗଳା ପଥରେ ଯାଉଛି କି ଓଡ଼ିଶା?

“ପଶ୍ଚିମବଙ୍ଗରେ ଯେପରି ସରକାର ବିରେଧରେ ସ୍ଵର ଉଠାଇଲେ ତାକୁ ଦବାଇ ଦିଆଯାଏ, ଏବେ ଓଡ଼ିଶାରେ ମଧ୍ୟ ସେହିପରି ପରିସ୍ଥିତି ସୃଷ୍ଟି ହୋଇଛି। ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମନ୍ତ୍ରୀ ପ୍ରତାପ ଜେନା କରିଥିବା ଦୁର୍ନୀତି ବିରାଧରେ ସ୍ଵର ଉଠାଇଥିବାରୁ ତାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣା ପଛରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ରହିଥିବା ଅଭିଯୋଗ ଆସିଛି”, କହିଛନ୍ତି ବିଜେପି ମୁଖପାତ୍ର ସମ୍ଵିତ ପାତ୍ର।

ଅନ୍ୟପଟେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ମାହାଙ୍ଗା ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଗୃହ ବିଭାଗରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ନିରବତାକୁ ସେ ନିନ୍ଦା କରିଛନ୍ତି। ଅପରାଜିତା କହିଛନ୍ତି ଯେ, ଜଗନ୍ନାଥଙ୍କ ରାଜ୍ୟରେ ଏପରି ଜଘନ୍ୟ ହତ୍ୟାକାଣ୍ତ ଘଟିବା ଆଶ୍ଚର୍ଯ୍ୟ। ନବୀନଙ୍କ ଶାସନକାଳରେ ରାଜ୍ୟରେ ୧୭ଟି ରାଜନୈତିକ ହତ୍ୟା ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ୧୪ ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଭୁବନେଶ୍ଵର ଲୋକସଭା କ୍ଷେତ୍ରରୁ ଜଣଙ୍କୁ ହତ୍ୟା କରାଯାଇଥିଲା।

Comment