ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ପାଇଁ ୧୧ ଜଣିଆ ଟିମ୍ ଘୋଷଣା କଲା ଭାରତ। ତୃତୀୟ ଟେଷ୍ଟରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ହିଟ୍‌ମ୍ୟାନ୍ ରୋହିତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି। ସେହିପରି ଏହି ମ୍ୟାଚ୍‌ରେ ପେସ୍ ବୋଲର ନବଦୀପ ସାଇନିଙ୍କୁ ସ୍ଥାନ ଦିଆଯାଇଛି। ନବଦୀପଙ୍କର ଏହା ଡେବ୍ୟୁ ମ୍ୟାଚ୍।

ପୂର୍ବ ଦୁଇଟି ମ୍ୟାଚ୍‌ରୁ ଉମେଶ ଯାଦବ ଆହତ କାରଣରୁ ବାଦ୍ ରହି ଟିମ୍‌ର ଚିନ୍ତା ବଢ଼ାଇ ଦେଇଥିବା ବେଳେ, କାଲିର ମ୍ୟାଚ୍‌ରେ ଦଳର ଘାତକ ବ୍ୟାଟ୍ସମ୍ୟାନ୍ କେ ଏଲ୍ ରାହୁଲଙ୍କୁ ସମାନ କାରଣ ପାଇଁ ବାଦ୍ ଦିଆଯାଇଛି। ତେବେ ହିଟ୍‌ମ୍ୟାନ୍ ରୋହିତଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ପୁଣି ଟିମ୍‌କୁ ମଜଭୁତ କରିବ ବୋଲି ଆଶା କରାଯାଉଛି।

ଏହି ଟେଷ୍ଟ ସିରିଜରେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଗୋଟିଏ ଗୋଟିଏ ମ୍ୟାଚ୍ ଜିତି ୧-୧ରେ ସିରିଜ ବରାବର ରହିଛି। ଗୁରୁବାର ସିଡ୍‌ନୀ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। ଏଥିପାଇଁ ଉଭୟ ଦଳ ଅଭ୍ୟାସ ଚାଲୁ ରଖିଛନ୍ତି। ମେଲବର୍ଣ୍ଣରେ ବକ୍ସିଂ ଡେ’ ଟେଷ୍ଟ ଜିତିବା ପରେ ଭାରତର ମନୋବଳ ଦୃଢ଼ ହୋଇଛି। ତେଣୁ ଆସନ୍ତା କାଲିର ମ୍ୟାଚ୍ ଜିତିବାକୁ ଭାରତ ଲକ୍ଷ୍ୟ ରଖିଛି।

ଭାରତୀୟ ଦଳ – ଆଜିଙ୍କ୍ୟ ରାହାଣେ (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ୱର ପୂଜାର, ହନୁମା ବିହାରୀ, ରିଷବ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରିତ ବୁମ୍‌ରା, ମହମ୍ମଦ ସିରାଜ, ନବଦୀପ ସାଇନି।

Comment