ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମି ବିବାଦକୁ କେନ୍ଦ୍ର କରି କୋରାପୁଟ ଜିଲ୍ଲା କୋଟପାଟ ଥାନା ଅନ୍ତର୍ଗତ ସସାହାଣ୍ଡିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଝଗଡ଼ା ସମୟରେ ପଡ଼ୋଶୀଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ସସାହାଣ୍ଡି ଗାଁର ଚୈତନ୍ୟ ହରିଜନଙ୍କ ପାଇଁ ଲକ୍ଷ୍ମଣ।

ସସାହାଣ୍ଡି ଗ୍ରାମର ଦୁଇ ବ୍ୟକ୍ତି ଦଶରଥ ହରିଜନ ଓ ଚୈତନ୍ୟ ହରିଜନ।  ଏକ ଜମିକୁ ନେଇ ଉଭୟଙ୍କ ମଧ୍ୟରେ ବହୁ ବର୍ଷରୁ ବିବାଦ ଥିଲା। ଶୁକ୍ରବାର ସେହି ଜମିକୁ କେନ୍ଦ୍ର କରି ସେମାନଙ୍କ ଭିତରେ ଝଗଡ଼ା ହୋଇଥିଲା। ଏହି ସମୟରେ ଚୈତନ୍ୟଙ୍କ ଭାଇ ଆସି ଦଶରଥଙ୍କୁ ଖଣ୍ଡାରେ ହାଣି ଥିଲେ। ଖଣ୍ଡାଚୋଟରେ ଦଶରଥ ସେଇଠି ଟଳି ପଡ଼ିଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ଦଶରଥଙ୍କ ପରିବାର ଲୋକ ବି ଚୈତନ୍ୟଙ୍କୁ ଆକ୍ରମଣ କରି ଲହୁଲହାଣ କରିଛନ୍ତି। ସେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପେଟ ଦଶରଥଙ୍କୁ ହତ୍ୟା କରିଥିବା ଚୈତନ୍ୟଙ୍କ ଭାଇ ଏବେ ଘଟଣାସ୍ଥଳରୁ କୁଆଡ଼େ ଫେରାର ହୋଇଯାଇଛି। କୋଟପାଡ଼ ପୋଲିସ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚ ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।

Comment