ଓଡ଼ିଶାଲାଇଭ୍ ବ୍ୟୁରୋ

ସିଡନୀ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ୪୦୭ ରନର ବିଜୟ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲିଆ। ଜବାବରେ ଚୁତର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ ଦୁଇ ୱିକେଟ୍ ହରାଇ ୯୮ ରନ ସଂଗ୍ରହ କରିନେଇଛି। ହାତରେ ଏବେ ବି ୮ ୱିକେଟ୍ ବାକି ଥିବାବେଳେ ଟିମ୍ ଇଣ୍ଡିଆ ବିଜୟଠାରୁ ୩୦୯ ରନ ପଛରେ ଅଛି।

ରବିବାର ସିଡନୀ ଟେଷ୍ଟର ଚତୁର୍ଥ ଦିନ ଥିଲା। ଯେଉଁଥିରେ ଅଷ୍ଟ୍ରେଲିଆ ବ୍ୟାଟିଂ କରି ୩୧୨ ରନରେ ପାଳି ଘୋଷଣା କରିଦେଇଥିଲା। ଦଳ ପକ୍ଷରୁ ଷ୍ଟିଭ୍ ସ୍ମିଥ୍, ଲବୁଚେଞ୍ଜ ଓ କାମରେନ୍ ଗ୍ରୀନ ଜବରଦସ୍ତ ଇଂନିସ ଖେଳିଥିଲେ। ଭାରତ ପକ୍ଷରୁ ଅଶ୍ୱିନୀ ଓ ସୈନୀ ଭଲ ବୋଲିଂ କରିଥିଲେ ବି ମାତ୍ର ଦୁଇଟି ଲେଖାଏଁ ୱିକେଟ୍ ହାତେଇ ପାରିଥଇଲେ।ଅଷ୍ଟ୍ରେଲିଆ ପାଳି ଘୋଷଣା କରିବା ପରେ ଟିମ୍ ଇଣ୍ଡିଆକୁ ସିଡନୀ ଟେଷ୍ଟରେ ବିଜୟ ପାଇଁ ଏବେ ୪୦୭ ରନ୍ ଦରକାର। ଦ୍ୱିତୀୟ ଇଂନିସରେ ଦଳ ପକ୍ଷରୁ ରୋହିତ ଓ ଗିଲ୍ ଓପନିଂ କରିଥିଲେ। ଦୁହେଁ ଦଳକୁ ଭଲ ଆରମ୍ଭ ମଧ୍ୟ ଦେଇଥିଲେ। ହେଲେ ୩୧ ରନରେ ହିଁ ଗିଲ୍ ନିଜର ୱିକେଟ୍ ହରାଇଥିଲେ। ଏହାପରେ ରୋହିତ ଶର୍ମା ମଧ୍ୟ ନିଜର ଅର୍ଦ୍ଧଶତକ ଅର୍ଜନ କରି ପ୍ୟାଭିଲିୟନ ଫେରିଛନ୍ତି।

କ୍ରିଜରେ ଏବେ ଅଧିନାୟକ ରାହାଣେ ଓ ଚିତେଶ୍ୱର ପୂଜାରା ବ୍ୟାଟିଂ କରୁଥିବାବେଳେ ପଞ୍ଚମ ଦିନ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି।

Comment