ଓଡ଼ିଶାଲାଇଭ୍ ବ୍ୟୁରୋ
ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଜ୍ଞଳି।
ସମସ୍ତଙ୍କ ଲାଗି ଅସନ୍ତି ପ୍ରେରଣାର ଉତ୍ସ ଥିଲେ ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ସେ ଜଣେ ବାହାଦୂର ଓ ନିଡର ନେତା ଭାବେ ସମସ୍ତଙ୍କ ମନରେ ସ୍ମରଣୀୟ ରହିଛନ୍ତି। ସେହି ମହାନ ରାଜନେତାଙ୍କ ୧୯୬୬ ଆଜିର ଦିନରେ ପରଲୋକ ଘଟିଥିଲା। ତେବେ ଶାସ୍ତ୍ରୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନର ଏକ ଘଟଣାବଳୀ ସମ୍ପର୍କରେ…
ପଣ୍ଡିତ ଜବାହରଲାଲ ନେହେରୁଙ୍କ ମୃତ୍ୟୁପରେ ୧୯୬୧ମସିହା ଜୁନ ୯ରେ ଲାଲ ବାହାଦୂର ଶାସ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ହେଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ସମୟରେ ୧୯୬୫ ମସିହାରେ ଦେଶରେ ଘୋର ଖାଦ୍ୟ ସଙ୍କଟ ଦେଖାଯାଇଥିଲା।
ଏପରି ସ୍ଥିତିରେ ଶାସ୍ତ୍ରୀଜୀ ଦେଶବାସୀଙ୍କୁ ସପ୍ତାହରେ ଗୋଟିଏ ଦିନ ଉପବାସ ରହିବାକୁ ପରାମର୍ଶ ଦେଇଥିଲେ। ଏହାକୁ ଦେଶବାସୀ ମଧ୍ୟ ବେଶ୍ ଗମ୍ଭୀରତାର ସହ ନେଇଥିଲେ।
ତା’ସହିତ ଏହି ସମସ୍ୟାର ସମାଧାନ ଲାଗି ଶାସ୍ତ୍ରୀଜୀ ଦେଶବାସୀଙ୍କୁ ଖାଲି ପଡ଼ିଆରେ ଚାଷ କରିବାକୁ ପରାମର୍ଶ ଦେଇଥିଲେ। ଏପରି କଲେ ହିଁ ଦେଶରୁ ଖାଦ୍ୟ ସଙ୍କଟ ଦୂର ହୋଇପାରିବ ବୋଲି ଶାସ୍ତ୍ରୀ କହିବାକୁ ଚାହୁଁଥିଲେ।
ତେବେ ଦେଶବାସୀଙ୍କ ଚାଷ କରିବାକୁ କହିବା ସହିତ ସେ ପ୍ରଥମେ ଏହି କାମ ନିଜଠୁ ଆରମ୍ଭ କରିଥିଲେ। ଏଥିଲାଗି ପ୍ରଧାନମନ୍ତ୍ରୀ ଭବନରେ ଥିବା ବଗିଚାରେ ନିଜେ ହଳ ବୁଲାଇଥିଲେ ଶାସ୍ତ୍ରୀ। ପ୍ରଧାମନ୍ତ୍ରୀଙ୍କ ଏହି କାର୍ଯ୍ୟରେ ବେଶ୍ ପ୍ରଭାବିତ ହୋଇଥିଲେ ଦେଶବାସୀ।








ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଜ୍ଞଳି।







