ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ବିଜୁ ବାବୁଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକୀରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର ଦୀର୍ଘ କର୍ମମୟ ଓ ରାଜନୈତିକ ଜୀବନ ଓଡ଼ିଶାବାସୀଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିଛି।

କିମ୍ବଦନ୍ତୀ ବିଜୁ ପଟ୍ଟନାୟକଙ୍କୁ ଏକ ସଂଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ‘ବିଜୁ ପଟ୍ଟନାୟକ – ଏକ ଝଡ଼’ ନାମରେ ଏହି ଗୀତକୁ ସୁସ୍ମିତା ଦାସ ଗାଇଥିଲେ। ବେଙ୍ଗାଲୁରୁରେ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀରେ ପ୍ରଦର୍ଶିତ ହୋଇଥିଲା।

ଏହି ଗୀତରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଆନିମେସନ୍ ଦ୍ଵାରା ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଓଡ଼ିଶାଲାଇଭର ଏହି ଭିଡିଓରେ ଦେଖନ୍ତୁ ‘ବିଜୁ ପଟ୍ଟନାୟକ – ଏକ ଝଡ଼’ ସଙ୍ଗୀତ।

Tags: #BijuPatnaik #Jhada-TheStorm #FormerOdishaCM #DeathAnniversary #Odisha

LEAVE A REPLY

Please enter your comment!
Please enter your name here