ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଦୀର୍ଘ ଦିନ ଧରି ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି। ସରକାରଙ୍କ ସହିତ ଏନେଇ ଅନେକ ଥର ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରିପାରିନି। ଏହାରି ଭିତରେ ଆଜି ଚାଷୀ ଓ ସରକାରଙ୍କ ଭିତରେ ପୁଣିଥରେ ବୈଠକ ବସିବାକୁ ଯାଉଛି।

ଏପଟେ ସୁପ୍ରିମକୋର୍ଟ ଚାଷୀ ଓ ସରକାରଙ୍କ ଭିତରେ ଥିବା ବିବାଦର ସମାଧାନ ପାଇଁ ଚାରିଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ତୁରନ୍ତ ଦୁଇ ପକ୍ଷଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବ। ସେତେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ଉପରେ ସର୍ବୋଚ୍ଚ ଅଦାଲତ ରୋକ୍ ଲଗାଇଛନ୍ତି। ତେଣୁ ଆଜିର ଏହି ବୈଠକକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ସଂସଦରେ ନୂଆ କୃଷି ଆଇନକୁ ପାରିତ କରିଦେଇଥିଲେ। ଏହାପରେ ପଞ୍ଜାବ ଓ ହରିୟାଣାର ହଜାର ହଜାର ଚାଷୀ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିବା ସହିତ ଦିଲ୍ଲୀ ଚାଲୋର ଡାକରା ଦେଇଥିଲେ। ରାସ୍ତାରେ ତାଙ୍କୁ ପୋଲିସ ଅଟକାଇବାରୁ ସେମାନେ ଦିଲ୍ଲୀ ବର୍ଡରରେ ହିଁ ରହିଯାଇଥିଲେ। ସେବେଠାରୁ ଚାଷୀମାନେ ସେହି ଦିଲ୍ଲୀ ସୀମାରେ ହିଁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଚାଷୀ-ସରକାରଙ୍କ ଭିତରେ ଅନେକ ଥର ଆଲୋଚନା ହୋଇଥିଲେ ବି କୌଣସି ସମାଧାନ ହୋଇପାରିନି।

LEAVE A REPLY

Please enter your comment!
Please enter your name here