ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଛ ଉପରେ ଭାଲୁ, ତଳେ ମଣିଷ। ଗାଁ ମଝିରେ ଥିବା ଏକ ତେନ୍ତୁଳି ଗଛରେ ଭାଲୁଟି ଚଢି ଯାଇଥିବା ବେଳେ ତଳେ ରୁଣ୍ଡ ହୋଇଥିଲେ ଲୋକେ। ଭାଲୁକୁ ଗଛରେ ଦେଖି ଭୟଭୀତ ହୋଇ ଲୋକଙ୍କ ଘରେ ତାଟି କବାଟ ପଡ଼ିଥିଲା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଆଉଁଳି ଗାଁରେ ଶୁକ୍ରବାର ଏଭଳି ଘଟଣା ଦେଖିବାକୁ ମିଳିଥିଲା।

ଗତ କିଛି ଦିନ ହେଲା ୨ଟି ଭାଲୁ ଏହି ଗାଁ ଚାରିପଟେ ବୁଲାବୁଲି କରୁଛନ୍ତି। ଭାଲଙ୍କୁ ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ହେଲେ କିଛି ସୁଫଳ ମିଳିନଥିଲା। ଶୁକ୍ରବାର ଅଚାନକ ଭାଲୁଟି ଗଛରେ ଚଢ଼ିଥିବାର ଦେଖିବାକୁ ପାଇଥିଲେ ଗାଁ ଲୋକ।

ସେହି ସଙ୍ଗେ ସଙ୍ଗେ ସେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଆଉଁଳି ଗାଁରେ ପହଞ୍ଚି ଭାଲୁକୁ ଧରିବା ପାଇଁ ଉଦ୍ୟମ କରି ନାକେଦମ୍‌ ହୋଇଥିଲେ। ତେବେ ଏଯାଏଁ ଭାଲୁଟି ଗଛରୁ ଓହ୍ଲାଇ ନଥିବା ଜଣାପଡ଼ିଛି।

Comment