ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଖାନନଗରଠାରେ ‘ନେତାଜୀ ବସ ଟର୍ମିନାଲ’କୁ ନେଇ ମଙ୍ଗଳବାର ଦିନ କଟକ ସାଂସଦ ଭର୍ତ୍ତୃହରି ମହତାବ ଦେଇଥିବା ମନ୍ତବ୍ୟ ଓ ଅଭିଯୋଗକୁ ପୂର୍ବତନ ବାରବାଟୀ-କଟକ  ବିଧାୟକ ଦେବାଶିଷ ସାମନ୍ତରାୟ ଖଣ୍ଡନ କରିଛନ୍ତି।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ଦେବାଶିଷ କହିଲେ ଯେ ପ୍ରସ୍ତାବିତ ବସ ଟର୍ମିନାଲ ସମ୍ପର୍କରେ କାହାର କିଛି ଧାରଣା ନାହିଁ ବୋଲି ମହତାବ ଯାହା କହିଛନ୍ତି ତାହା ଠିକ ନୁହେଁ।

ଦେବାଶିଷ କହିଛନ୍ତି ଯେ ପ୍ରସ୍ତାବିତ ବସ ପ୍ରକଳ୍ପ ପାଇଁ ନୂଆ ସ୍ଥାନ ସମ୍ପର୍କରେ ସାଂସଦ କେମିତି ଜାଣି ପାରିଲେ ନାହିଁ ଅଥଚ ଜଣେ ପ୍ରାକ୍ତନ ବିଧାୟକ ଭାବେ ସେ ଜାଣିପାରିଲେ। ଦେବାଶିଷଙ୍କ କହିବା ଅନୁଯାୟୀ, କଟକ ଜିଲ୍ଲାପାଳ ନୂଆ ସ୍ଥାନ ନେଇ ତାଙ୍କୁ ସୂଚିତ କରିଥିଲେ।

ଦେବାଶିଷ ଏକଥା ମଧ୍ୟ କହିଛନ୍ତି ଯେ ଯେଉଁମାନେ ଖାନନଗର ଅଞ୍ଚଳରେ ସରକାରୀ ଜମି ଜବରଦଖଲ କରିଛନ୍ତି ସେମାନେ ହିଁ ନୂଆ ବସ ଷ୍ଟାଣ୍ଡକୁ ବିରୋଧ କରୁଛନ୍ତି।

ଜାନୁଆରି୨୩ ତାରିଖରେ  ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରର ନୂଆ ବସ ଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

Comment