ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲା ମହକୁମା ପୋଲିସ୍ ଟ୍ରେନିଂ ପଡ଼ିଆରେ ମଙ୍ଗଳବାର ୭୨ତମ ଗଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଛି। ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହରେ ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

କରୋନା ସତର୍କତା ମଧ୍ୟରେ ଗଣତନ୍ତ୍ର ଦିବସ ସମାରୋହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସଶସ୍ତ୍ର ପୋଲିସ୍‌, ପିଟିଏସ୍‌, ଏବଂ ହୋମଗାର୍ଡ ପକ୍ଷରୁ ପ୍ୟାରେଡ ପଦର୍ଶନ କରା ଯାଇଥିଲା। ମୁଖ୍ୟ ଅତିଥି ସାରକା ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ମନ୍ତ୍ରୀ ସାରକା ତାଙ୍କ ଅଭିଭାଷଣରେ ସ୍ୱଧୀନତା ସଂଗ୍ରାମୀଙ୍କ ବଳୀଦାନକୁ ସ୍ମରଣ କରି ଦେଶର ଉନ୍ନତି ପଥରେ ସମସ୍ତଙ୍କ ସହଯୋଗ ଗଣତନ୍ତ୍ର ବ୍ୟବସ୍ଥାକୁ ଅଧିକ ମଜବୁତ କରିବାକୁ କହିଥିଲେ। ଉତ୍ସବରେ ଜିଲ୍ଲାପାଳ ପୋମା ଟୁଡ଼ୁ, ଏସପି ସିଦ୍ଧାର୍ଥ କଟାରିଆ ଉପସ୍ଥିତ ଥିଲେ।

ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ଡକ୍ଟର ପ୍ରମୋଦ କୁମାର ନାୟକ ଉତ୍ସବ ପରିଚାଳନା କରିଥିଲେ। ଜିଲ୍ଲାସ୍ତରୀୟ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ବିଭିନ୍ନ ବିଷୟରେ ପାରଦର୍ଶିତା ହାସଲ କରିଥିବା ଛାତ୍ର ଛାତ୍ରୀ ଓ ନାଗରିକଙ୍କୁ ଏଠାରେ ସମ୍ମାନିତ କରା ଯାଇଥିଲା। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କରାଯାଇଥିଲା।

Comment