ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ କିଛି ଦିନ ହେବ ଦେଶରେ କରୋନା ପ୍ରଭାବ କମିଛି। କିନ୍ତୁ କୋଭିଡ ନିୟମାବଳି ନଭୁଲିବାକୁ ସରକାର ଲୋକଙ୍କୁ ବାରମ୍ବାର ସଚେତନ କରି ଆସୁଛନ୍ତି। ପ୍ରତିମାସରେ ସରକାର ନୂଆ ନୂଆ ଗାଇଡଲାଇନ ଜାରି କରୁଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫେବ୍ରୁଆରି ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି। ନୂଆ ଗାଇଡଲାଇନ ଅନୁଯାୟୀ ସମସ୍ତ ରାଜ୍ୟରେ ଥିବା ସୁଇମିଂ ପୁଲ୍ଗୁଡ଼ିକ ସମସ୍ତଙ୍କ ପାଇଁ ଖୋଲା ରହିବ। ଏହାସହିତ ସିନେମା ହଲ୍ଗୁଡ଼ିକରେ ଅଧିକଙ୍କ ଦର୍ଶକଙ୍କୁ ଅନୁମତି ମିଳିବ।
- ସାମାଜିକ, ଧାର୍ମିକ ଓ ଶିକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମରେ ୨୦୦ ଲୋକଙ୍କୁ ଅନୁମତି ମିଳିବ।
- ସମସ୍ତ ପ୍ରକାର ପ୍ରଦର୍ଶନୀ ହଲ୍କୁ ମଧ୍ୟ ଖୋଲିବାକୁ ଅନୁମତି ମିଳିଛି।
- ମିନିଷ୍ଟ୍ର ଅଫ୍ ସିଭିଲ ଆଭିଏସନ ଆସେସମେଣ୍ଟ ଅନୁଯାୟୀ ଅନ୍ତର୍ଜାତୀୟ ବିମାନ ଚଳାଚଳ ଚାଲୁ ରହିବ।
- ପଡ଼ୋଶୀ ଦେଶ ସହିତ ବାଣିଜ୍ୟକି ସମ୍ପର୍କ ଚାଲିବ।
- ୬୫ ବର୍ଷରୁ ଅଧିକ ବୟସ୍କ, ୧୦ ବର୍ଷର କମ୍ ପିଲା ଓ ଗର୍ଭବତୀମାନେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ।
- ଆରୋଗ୍ୟ ସେତୁ ମୋବାଇଲ ଆପ୍ ଚାଲୁ ରହିବ।
- ମାସ୍କ, ସାନିଟାଇଜର, ସାମାଜିକ ଦୂରତା ନିୟମ ରହିବ।
- ଜିଊ୍ଲା ଅଧିକାରୀଙ୍କ ଦ୍ୱାରା ଚିହ୍ନଟ ହୋଇଥିବା କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକ ଆବଶ୍ୟକତା ଅନୁସାରେ କାର୍ଯ୍ୟକ୍ଷମ ହେବ।
- ଜିଲ୍ଲା ପୋଲିସ ଓ ମ୍ୟୁନିସିପାଲିଟି ଅଧିକାରୀମାନେ ପୂର୍ବଭଳି ସତର୍କ ରହିବେ।














