ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଏପିଜେ ଅବଦୁଲ କଳାଲାମ ରୋଡସ୍ଥିତ ଦୂତାବାସଠାରୁ ପ୍ରାୟ ୫୦ ମିଟର ଦୂର ଜିନ୍ଦଲ ହାଉସ୍‌ ନିକଟରେ ଏହି ବିସ୍ଫୋରଣ ଘଟିଥଲା। ଏଥିଯୋଗୁଁ ସେଠାକାର ରାସ୍ତା ଓ ଗାଡ଼ି ସବୁ କ୍ଷୟକ୍ଷତି ହୋଇଛି। ଏହି ବିସ୍ଫୋରଣ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଆଜି ତାଙ୍କର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ପଶ୍ଚିମବଙ୍ଗରେ ଆଜି ଅମିତ ଶାହଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଥିଲା। ଏକ ଜନ ସମାବେଶକୁ ଶାହ ସମ୍ବୋଧନ କରିଥାନ୍ତେ।

ଅନ୍ୟପକ୍ଷରେ ଆଇଇଡି ଦ୍ୱାରା ଆତଙ୍କବାଦୀମାନେ ଏପରି ବିସ୍ଫୋରଣକୁ ଘଟାଇଥାନ୍ତି ବୋଲି ବିଶେଷଜ୍ଞଙ୍କ ମତ ଦେଇଛନ୍ତି। ଏହି ବିସ୍ଫୋରଣରେ ବିଶେଷ କ୍ଷତି ହୋଇନାହିଁ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଇସ୍ରାଏଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ଗାବି ଅଶକେନାଜିଙ୍କ ସହ କଥା ହୋଇଛନ୍ତି ଓ ଏ ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି।

ତେବେ ଦିଲ୍ଲୀ ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସରକାରଙ୍କ ପକ୍ଷରୁ ତୁରନ୍ତ ସମସ୍ତ ବିମାନବନ୍ଦର ଓ ସରକାର କୋଠା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସତର୍କତା ଜାରି କରାଯାଇଛି।

Comment