ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କାଳରେ ସୋମବାର ସଂସଦରେ ପ୍ରଥମ ବଜେଟ ଆଗତ ହୋଇଛି। କେନ୍ଦ୍ର କ୍ୟାବିନେଟରେ ବଜେଟକୁ ଅନୁମୋଦନ ମିଳିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଚଳିତ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ବଜେଟରେ ଅର୍ଥମନ୍ତ୍ରୀ ବିଭିନ୍ନ କ୍ଷେତ୍ର ପାଇଁ ଅନେକ ପ୍ୟାକେଜ୍ ଘୋଷଣା କରିଛନ୍ତି। ତେବେ ଚଳିତ ବଜେଟରେ କେଉଁ ସାମଗ୍ରୀ ଶସ୍ତା ଏବଂ କେଉଁ ସାମଗ୍ରୀ ମହଙ୍ଗା ହୋଇଛି ଆସନ୍ତୁ ଜାଣିବା।ଶସ୍ତା

ସୁନା, ରୁପା, ତମ୍ବା, ବୀମା, ଜୋତା, ସୋଲାର ଲ୍ୟାମ୍ପ୍, କପର୍ ସ୍କ୍ରାପ୍, ଲୁହା, ଷ୍ଟିଲ, ନାଇଲନ୍‌ ପୋଷାକ।ମହଙ୍ଗା

ପେଟ୍ରୋଲ ଓ ଡିଜେଲ୍, ବିଦ୍ୟୁତ ଉପକରଣ, ମୋବାଇଲ ଫୋନ, ମୋବାଇଲ ଚାର୍ଜର, କଟନ୍ ପୋଷାକ, ସିଲ୍କ ପୋଷାକ, ରତ୍ନ ପଥର, ସୋଲାର ଇନଭର୍ଟର, ବିଦେଶୀ ଅଟୋ ପାର୍ଟସ, ବିଦେଶୀ ଖାଦ୍ୟ ତୈଳ।

Comment