ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢୀ): ଜଣେ ବୃଦ୍ଧଙ୍କ ଶବ ସତ୍କାର କରି ମାନବିକତା ଦେଖାଇଲେ ପୋଲିସ ଅଧିକାରୀ। ଶବଟି ଜଣେ ଅଜଣା ବ୍ୟକ୍ତିଙ୍କର ହୋଇଥିବାରୁ ତାହାକୁ ସଂସ୍କାର କରିବାକୁ ଗ୍ରାମବାସୀମାନେ ମନା କରିବା ପରେ ଆନ୍ଧ୍ରପ୍ରଦେଶ ପୋଲିସର ଜଣେ ଅଧିକାରୀ ନିଜେ ଶବକୁ କାନ୍ଧରେ ବୋହିବା ସହ ତାଙ୍କୁ ମୁଖାଗ୍ନି ଦେଇଥିଲେ।ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅଦାବିକୋଟୁର ଗ୍ରାମ କ୍ଷେତରେ ସୋମବାର ଜଣେ ବୃଦ୍ଧଙ୍କ ମୃତଦେହ ମିଳିଥିଲା। ଏହାପରେ ସ୍ଥାନୀୟ ବାସିନ୍ଦା କାସିବୁଗା ପୋଲିସକୁ ଏ ନେଇ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିଲା। ତେଣୁ ଘଟଣାସ୍ଥଳରୁ ଶବ ଉଠାଇ ସତ୍କାର କରିବା ପାଇଁ ପୋଲିସ ଗ୍ରାମବାସୀଙ୍କୁ କହିଥିଲେ। କିନ୍ତୁ ଶବ ଉଠାଇବା ପାଇଁ ଗ୍ରାମବାସୀ ରୋକଠୋକ ମନା କରିଦେଇଥିଲେ।

ଏହା ପରେ ନିଜେ ପୋଲିସ ଏସଆଇ ସିରିଶା ବୃଦ୍ଧାଙ୍କ ଶବକୁ ନିଜ କାନ୍ଧରେ ୨ କିଲୋମିଟର ବୋହି ନେଇ କାଶିବୁଗା ଲଲିତା ଚାରିଟେବୁଲ ଟ୍ରଷ୍ଟକୁ ଦେଇଥିଲେ। ପରେ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟଙ୍କ ସହାୟତାରେ ଏସଆଇ ସିରିଶା ବୃଦ୍ଧାଙ୍କୁ ମୁଖାଗ୍ନି ଦେଇଥିଲେ। ସିରିଶାଙ୍କ ଏହି ମାନବିକତାର ଖବର ପାଇବା ପରେ ତାଙ୍କ କାର୍ଯ୍ୟକଳାପକୁ ଶ୍ରୀକାକୁଲାମ ପୋଲିସ ଅଧିକାରୀମାନେ ପ୍ରଶଂସା କରିଛନ୍ତି।

Comment