ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ବଜେଟର ମାତ୍ର ୪ଦିନ ପରେ ଦେଶରେ ବଢ଼ିଛି ଏଲପିଜି ସିଲିଣ୍ଡର ଦର। ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ଘଟି ରନ୍ଧନ ଇନ୍ଧନ ଗ୍ୟାସ୍ ଅଧିକ ମହଙ୍ଗା ହୋଇଛି। ପୂର୍ବରୁ ରାଜଧାନୀ ଭୁବନେଶ୍ଵରରେ ଗ୍ୟାସ୍ ସିଲିଣ୍ଡର ପିଛା ଦର ୭୨୦.୫୦ ଟଙ୍କା ରହିଥିବା ବେଳେ ଦର ବଢ଼ିବା ପରେ ଏହା ୭୪୫.୫୦ ଟଙ୍କା ହୋଇଛି।

ସାରା ଦେଶରେ ପେଟ୍ରୋଲ, ଡିଜେଲ ଦର କମିବାର ନାଁ ଧରୁନି। ତୈଳ ଦରରେ ଏହି ବୃଦ୍ଧି ସାଧାରଣ ଜନତାଙ୍କ ପକେଟ ଉପରେ ପ୍ରଭାବ ପକାଇଥିବା ବେଳେ ଏଲପିଜି ଦର ବୃଦ୍ଧି ଏବେ ବୋଝ ଉପରେ ନଳିତା ବିଡ଼ା ପରି ହୋଇଛି। ଗତ ଡିସେମ୍ଵର ମାସରେ ଦୁଇଟି ପର୍ଯ୍ୟାୟରେ ଏଲପିଜି ଦର ୧୦୦ ଟଙ୍କା ବୃଦ୍ଧି ହୋଇଥିଲା। ପୂର୍ବ ଦରବୃଦ୍ଧିକୁ ଗୋଟିଏ ମାସ ପୁରିଥିବା ବେଳେ ଏବେ ପୁଣି ଗ୍ୟାସ୍ ଦର ମହଙ୍ଗା ହେବା ସାଧାରଣ ଲୋକମାନଙ୍କୁ ଚିନ୍ତାରେ ପକାଇ ଦେଇଛି।ନଜର ପକାନ୍ତୁ ଦେଶର କେତେକ ପ୍ରମୁଖ ସହରର ଏଲପିଜି ଦର ସୂଚୀ ଉପରେ;

  • ନୂଆଦିଲ୍ଲୀ – ପୂର୍ବରୁ ଥିଲା ୬୯୪ ଟଙ୍କା ଏବେ ହୋଇଛି ୭୧୯ ଟଙ୍କା
  • କୋଲକାତା – ପୂର୍ବରୁ ଥିଲା ୭୨୦ ଟଙ୍କା ଏବେ ହୋଇଛି ୭୪୫ ଟଙ୍କା
  • ମୁମ୍ଵାଇ – ପୂର୍ବରୁ ଥିଲା ୬୯୪ ଟଙ୍କା ଏବେ ହୋଇଛି ୭୧୯ ଟଙ୍କା
  • ଚେନ୍ନାଇ – ପୂର୍ବରୁ ଥିଲା ୭୧୦ ଟଙ୍କା ଏବେ ହୋଇଛି ୭୩୫ ଟଙ୍କା
  • ଚଣ୍ଡିଗଡ଼ – ପୂର୍ବରୁ ଥିଲା ୭୦୩.୫୦ ଟଙ୍କା ଏବେ ହୋଇଛି ୭୨୮.୫୦ ଟଙ୍କା
  • ହାଇଦ୍ରାବାଦ – ପୂର୍ବରୁ ଥିଲା ୭୪୬.୫୦ ଟଙ୍କା ଏବେ ହୋଇଛି ୭୭୧.୫୦ ଟଙ୍କା
  • ଭୁବନେଶ୍ଵର – ପୂର୍ବରୁ ଥିଲା ୭୨୦.୫୦ ଟଙ୍କା ଏବେ ହୋଇଛି ୭୪୫.୫୦ ଟଙ୍କା

LEAVE A REPLY

Please enter your comment!
Please enter your name here