ଓଡ଼ିଶାଲାଇଭ୍ ବ୍ୟୁରୋ

ପର୍ଯ୍ୟଟନ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହା ମଧ୍ୟରୁ ସବୁଠାରୁ ଅଧିକ ଆକର୍ଷଣୀୟ ହେଉଛି ସମ୍ବଲପୁର। ଏଠାରେ ଥିବା ବିଭିନ୍ନ ମନ୍ଦିର, ହୀରାକୁଦ ଡ୍ୟାମ ଆଦି ପାଇଁ ଏଠାକୁ ହଜାର ହଜାର ପର୍ଯ୍ୟଟକ ଟାଣି ହୋଇ ଆସନ୍ତି। ତେବେ ସମ୍ବଲପୁରର ହୁମାଠାରେ ଥିବା ବକ୍ର ମନ୍ଦିର କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। କାରଣ ଏହି ମନ୍ଦିର ଅନ୍ୟ ମନ୍ଦିରଠାରୁ ଭିନ୍ନ। ଏହା ଭୁପୃଷ୍ଠ ଆଡ଼କୁ ଢଳି ରହିଥିବାରୁ ଏହାକୁ ବକ୍ର ମନ୍ଦିର କୁହାଯାଉଛି।

ସମ୍ବଲପୁରର ପଞ୍ଚମ ରାଜା ବଳିୟାର ସିଂହଦେବ ୧୬୬୦ରୁ ୧୬୯୦ ମଧ୍ୟରେ ଏହି ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିରଟି ପ୍ରାୟ ୨୦୦ ଫୁଟ ଲମ୍ବ ୧୨୦ ପ୍ରସ୍ଥ ବିଶିଷ୍ଟ ଅଟେ।କାହିଁକି ବଙ୍କା ହେଲା ମନ୍ଦିର?

ହୁମାରେ ଥିବା ଏହି ମନ୍ଦିର କେମିତି ବଙ୍କା ହେଲା ତାହା ଆଜିବି ରହସ୍ୟରେ। ଐତିହାସିକ ମତ ଅନୁଯାୟୀ ମହାନଦୀ ବନ୍ୟାରୁ ମନ୍ଦିରକୁ ରକ୍ଷା କରିବା ପାଇଁ ଯୋଜନାବଦ୍ଧ ଭାବେ ମନ୍ଦିରକୁ ଏଭଳି ନିର୍ମାଣ କରାଯାଇଛି। ସେହିପରି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମହାନଦୀ ବନ୍ୟା ପାଣିର ଆଘାତରେ ଏହି ମନ୍ଦିର ବଙ୍କି ଯାଇଛି।

ମନ୍ଦିରକୁ ଲାଗି ରହିଥିବା ନଦୀଘାଟରେ ଈଷତ୍ ନାଲି ରଙ୍ଗର ଜୁଡୋ ମାଛ ହୁମାର ଅନ୍ୟତମ ଆକର୍ଷଣ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଥରେ ଜଣେ ବୃଦ୍ଧ ଏକ ଜୁଡୋ ମାଛକୁ ଏଠାରେ ପନିକିରେ କାଟି ଦେଇଥିଲେ। ହେଲେ କାଟିବା ସମୟରେ କୁଆଡ଼େ ସେ ମାଛଟି ପଥର ହୋଇଯାଇଥିଲା।କେମିତି ଯିବେ?

ଆପଣ ଟ୍ରେନ କିମ୍ବା ବସ ଯୋଗେ ସମ୍ବଲପୁର ଯାଇପାରିବେ। ସେଠାରେୁ ଟ୍ୟାକ୍ସି କିମ୍ବା ବସ୍ କରି ହୁମା ଯାଇ ବକ୍ର ମନ୍ଦିର ଦର୍ଶନ କରିପାରିବେ। ଏହାର ନିକଟତମ ଷ୍ଟେସନ ହେଉଛି ମାନେଶ୍ୱର।

Comment