ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାରଠାରୁ ରାଜ୍ୟରେ ଆହୁରି ଶୀତ ବଢ଼ିବା ସମ୍ଭାବନା ରହିଛି। ବିଷେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ କମିପାରେ। ଏହାସହିତ ଆଜି କେନ୍ଦୁଝର, ମୟୂରଭଞ୍ଜରେ ହାଲୁକା ବର୍ଷା ହୋଇପାରେ। ଏହାରି ପ୍ରଭାବରେ ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିବ ବୋଲି କୁହାଯାଇଛି।

ରବିବାର ରାତିରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡିରେ ଶୀତ ଲହରୀ ଅନୁଭୂତ ହେବ। ଏହାସହିତ ସୋମବାର ସୋମବାର ରାଜ୍ୟରେ ଶୀତ ବଢ଼ିବ। ଫେବ୍ରୁଆରି ୧୦ ତାରିଖରୁ ସକାଳ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହିବ। ତା’ ପରେ ଶୀତ ସାମାନ୍ୟ କମିବ।

ଅନ୍ୟପଟେ ଗତ କିଛି ଦିନ ହେବ ରାଜ୍ୟରେ ପାଣିପାଗ ପ୍ରତି ଦିନେ ଦୁଇ ଦିନରେ ବଦଳୁଛି। କେବେ ଗରମ ତ କେବେ ଶୀତ ଲହରୀ ଅନୁଭୂତ ହେଉଛି। ପବନର ଗତି ବଦଳିବା ହେତୁ ପାଣିପାଗରେ ତାରତମ୍ୟ ରହୁଛି। ଏଥିପାଇଁ ପାଗରେ ପରିବର୍ତ୍ତନ ହେଉଛି ବୋଲି ବିଶେଷଜ୍ଞ କହିଛନ୍ତି।

Comment