ଓଡ଼ିଶାଲାଇଭ୍ ବ୍ୟୁରୋ

  • ଘରୋଇ ମାଟିରେ ହାରିଲା ଭାରତ
  • ୨୨୭ ରନ୍‌ରେ ଜିତିଲା ଇଂଲଣ୍ଡ
  • ୧୯୨ରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ

ଭାରତ-ଇଂଲଣ୍ଡ ଚେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ପରାଜୟ ହାସଲ କରିଛି ଭାରତ। ଟିମ୍ ଇଣ୍ଡିଆର ଘରୋଇ ମାଟି ଚେନ୍ନାଇରେ ଖେଳାଯାଉଥିବା ଏହି ଟେଷ୍ଟରେ ଇଂଲଣ୍ଡ ୨୨୭ ରନ୍‌ରେ ବିଜୟଲାଭ କରିଛି। ଉଭୟ ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ ଦମ୍‌ଦାର ପ୍ରଦର୍ଶନ କରି ପୁରା ମ୍ୟାଚ୍‌କୁ ଏକତରଫା ଭାବେ ଜିତି ନେଇଛି ଟିମ୍ ଇଂଲଣ୍ଡ।

ଭାରତ ଆଗରେ ଜିତିବା ପାଇଁ ଇଂଲଣ୍ଡ ୪୨୦ ରନ୍ ଲକ୍ଷ୍ୟ ଦେଇଥିଲା। କିନ୍ତୁ ଏହି ସ୍କୋର କରିବାରେ ସଫଳ ହୋଇ ନଥିଲା ଭାରତ। ବିରାଟ କୋହଲି ଏବଂ ଶୁଭମନ୍ ଗିଲଙ୍କ ଅର୍ଦ୍ଧଶତକୀୟ ପାଳି ପରେ ମଧ୍ୟ ଭାରତ ମାତ୍ର ୧୯୨ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା।ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୧ ୱିକେଟ୍‌ ହରାଇ ୩୯ ରନ୍ କରିଥିଲା। ରୋହିତ୍ ଶର୍ମା ୧୨ ରନ୍ କରି ଆଉଟ୍ ହୋଇଥିଲେ। ମଙ୍ଗଳବାର ପଞ୍ଚମ ତଥା ଅନ୍ତିମ ଦିବସରେ ଶୁଭମନ୍ ଗିଲ୍ ଓ ଚେତେଶ୍ୱର ପୂଜାରାଙ୍କ ଯୋଡ଼ି ବେଶୀ ସମୟ ତିଷ୍ଠିପାରି ନଥିଲା। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ପୂଜାରା ମାତ୍ର ୧୫ ରନ୍ କରି ଜ୍ୟାକ୍ ଲିଚଙ୍କ ବଲରେ ପ୍ୟାଭିଲିୟନ୍ ଫେରିଥିଲେ।

ଗାବା ଟେଷ୍ଟରେ ଭାରତର ଐତିହାସିକ ବିଜୟ ପରେ ଘରୋଇ ମାଟିରେ ଇଂଲଣ୍ଡକୁ ଖୁବ ସହଜରେ ଭାରତ ହରାଇବ ବୋଲି ସମସ୍ତେ ଆଶା ରଖିଥିଲେ। ବିରାଟ କୋହଲି, ଜସପ୍ରିତ୍ ବୁମ୍‌ରା, ଅଶ୍ଵିନୀ ଆଦିଙ୍କ ଭଳି ଆଗଧାଡ଼ିର ଖେଳାଳିଙ୍କ ବଳରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ହାତେଇବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା। କିନ୍ତୁ ସବୁ ଆଶା, ଆକାଂକ୍ଷାକୁ ଧୂଳିସାତ୍ କରି ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ହାସଲ କରିଛି ଭାରତ।

Comment