ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆର ଯୁବ ଓ୍ଵିକେଟ ରକ୍ଷକ ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଜାନୁଆରି ମାସ ପାଇଁ ଆଇସିସି ପକ୍ଷରୁ କ୍ରିକେଟର ଅଫ୍ ଦି ମନ୍‌ଥ ବା ଶ୍ରେଷ୍ଠ କ୍ରିକେଟର ଭାବେ ମନୋନିତ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟରେ ଭଲ ପ୍ରଦର୍ଶନ ଭିତ୍ତିରେ ପ୍ରତି ମାସରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶ୍ରେଷ୍ଠ କ୍ରିକେଟର ମନୋନିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜାନୁଆରିରେ ଏହାର ପ୍ରଥମ ଏଡିସନ୍ ଆରମ୍ଭ ହୋଇଥିବା ବେଳେ ପନ୍ତଙ୍କୁ ପ୍ଲେୟର ଅପ୍ ଦି ମନ୍‌ଥ ପୁରସ୍କାର ମିଳିଛି। ଗତ ମାସରେ ସିଡ୍‌ନୀ ଟେଷ୍ଟରେ ଋଷଭ ପନ୍ତଙ୍କ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ମାନ୍ୟତା ପାଇଁ ମନୋନିତ କରାଯାଇଛି।

ଜାନୁଆରିରେ ଅଷ୍ଟ୍ରେଲିଆ ବିପକ୍ଷରେ ପନ୍ତ ୨ଟି ଟେଷ୍ଟ ମ୍ୟାଚ୍‌ରେ ଚତ୍ମକାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସିଡ୍‌ନୀ ଟେଷ୍ଟରେ ସେ ୯୭ ରନ୍ କରିଥିବା ବେଳେ ବ୍ରିସବେନ୍ ଟେଷ୍ଟରେ ଅପରାଜିତ ଭାବେ ୮୯ ରନ୍ କରି ଭାରତକୁ ସିରିଜ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶ୍ରେଷ୍ଠ କ୍ରିକେଟରର ଏହି ପୁସ୍କାରକୁ ପନ୍ତ ଟିମ୍ ଇଣ୍ଡିଆର ପ୍ରତିଟି ସଦସ୍ୟ ଏବଂ ତାଙ୍କ ପ୍ରଶଂସକମାନଙ୍କୁ ଉତ୍ସର୍ଗ କରିଛନ୍ତି। ପନ୍ତଙ୍କୁ ଏହି ମାନ୍ୟତା ପାଇଁ ମନୋନିତ କରାଯିବା ପରେ ତାଙ୍କ ପ୍ରଶଂସକମାନେ ଖୁସିବ୍ୟକ୍ତ କରିଛନ୍ତି।“ଦଳ ପାଇଁ ଖେଳି ମ୍ୟାଚ୍ ଜିତାଇବା ପରୋକ୍ଷରେ ଜଣେ ଖେଳାଳି ପାଇଁ ବିଜୟ ହିଁ ହୋଇଥାଏ। କିନ୍ତୁ ଏପରି ମାନ୍ୟତା ମିଳିବା ଦ୍ଵାରା ମୋ ଭଳି ଯୁବ ଖେଳାଳିଙ୍କୁ ଆଗକୁ ଆହୁରି ଭଲ ପ୍ରଦର୍ଶନ ପାଇଁ ଉତ୍ସାହ ମିଳିଥାଏ”, କହିଛନ୍ତି ଋଷଭ ପନ୍ତ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ସାମନିଲ୍ ଇସମାଇଲଙ୍କୁ ଆଇସିସି ଗତ ମାସର ଶ୍ରେଷ୍ଠ ମହିଳା କ୍ରିକେଟର ଭାରେ ମନୋନିତ କରିଛି।

Comment