ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ଜିଲ୍ଲାର ଚନ୍ଦନେଶ୍ୱର-ଉଦୟପୁର ତାଳସାରି ବେଳାଭୂମିର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁର୍ଚଆଲ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ତାଳସାରି ବେଳାଭୂମି ବିକାଶ ପାଇଁ ୩୬ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।

ଏଥିରେ ଚନ୍ଦନେଶ୍ୱର-ଉଦୟପୁର ତାଳସାରୀ ବେଳାଭୂମି ସମେତ ଚତୁଃପାର୍ଶ୍ଵ ଆଲୋକୀକରଣ କରାଯିବ।  ଏହାସହିତ ତାଳସାରୀ-ଉଦୟପୁର ବେଳାଭୂମି ସମୁଦ୍ରତଟ ଉନ୍ନତିକରଣ ଓ ସମୁଦ୍ରପାର୍ଶ୍ଵ ସୌନ୍ଦର୍ଯ୍ୟକରଣ କରାଯିବ।  ଏହାଦ୍ୱାରା ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଏହା ଓଡ଼ିଶାର ଗରିମା ବୃଦ୍ଧି କରିବ।

ନିକଟରେ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉକ୍ତ ବେଳାଭୂମି ଗସ୍ତ କରିଥିଲେ।

ଉଦୟପୁର ଓ ତାଳସାରୀ ଅଞ୍ଚଳରେ ଚାଲିଥିବା ବନ ବିଭାଗ ଓ ପୂର୍ତ୍ତ ବିଭାଗର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସ୍ଥାନୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୫-ଟି ସଚିବଙ୍କ ଗସ୍ତ ପରେ ସେହି ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହୋଇଛି।

Comment