ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପଶ୍ଚିମ ଓଡ଼ିଶାରେ ଚକାଜାମ କରିଛି ବିଜେପି। ୩ ଘଣ୍ଟା ପାଇଁ ପଶ୍ଚିମ ଓଡିଶାର ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ବିଜେପି ଚକାଜାମ ଆନ୍ଦୋଳନ କରିଛି। ଧାନ ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି କରୁଥିବା ଏହି ଆନ୍ଦୋଳନ ଯୋଗୁଁ ପଶ୍ଚିମ ଓଡ଼ିଶାରେ ଆଜି ଗୋଟିଏ ବି ଗାଡ଼ି ଗଡ଼ିନି।

ମାସ ମାସ ଧରି ମଣ୍ଡିରେ ଧାନ ପଡ଼ି ରହିବା ସତ୍ତ୍ୱେ ଧାନ ଉଠୁନାହିଁ। ଏହାସହିତ ଟୋକନ ସମସ୍ୟା ବି ଲାଗି ରହିଛି। ନିକଟରେ ଅଦିନିଆ ବର୍ଷାରେ ବି ଧାନ କ୍ଷତିଗ୍ରସ୍ତ ହୋଇଛି। ତଥାପି ମଣ୍ଡିରୁ ଧାନ ବିକ୍ରି ହୋଇପାରୁନାହିଁ। ଏହାକୁ ପ୍ରସଙ୍ଗ କରି ଆଜି ପଶ୍ଚିମ ଓଡ଼ିଶାରେ ବଳ ଦେଖାଇଛି ବିଜେପି।

ଗତ ଜାନୁଆରି ୨୧ ତାରିଖରେ ବିଜେପି ପକ୍ଷରୁ ଆରଡିସିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବାବେଳେ ୨୨ ତାରିଖରେ ଆଲୋଚନା କରାଯାଇଥିଲା। ମଣ୍ଡିରୁ ଚାଷୀଙ୍କ ସମସ୍ତ ଧାନା ଉଠାଇ ନେବାପାଇଁ ଫେବ୍ରୁଆରି ୭ ତାରିଖ ଯାଏଁ ମହଲତ ଦିଆଯାଇଥିଲା। ଏହାରି ମଧ୍ୟରେ ଅଳ୍ପ କିଛି ଧାନ ଉଠାଯାଇଛି।

ଅନ୍ୟପଟେ ଆସନ୍ତା ମାର୍ଚ୍ଚ ୧ରେ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାର ହଜାର ହଜାର ଚାଷୀ ଟ୍ରାକ୍ଟର ଏବଂ ବାଇକରେ ଭୁବନେଶ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିବେ। ମଣ୍ଡି ଅବ୍ୟବସ୍ଥାକୁଙ୍କୁ ନେଇ ଚାଷୀ ଗର୍ଜିବେ।

Comment