ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅବସର ପ୍ରାପ୍ତ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି। ୮୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବସନ୍ତ କୁମାର ମହାପାତ୍ର ପ୍ରଥମ ଓଡ଼ିଆ ଥିଲେ ଯିଏକି ଭାରତୀୟ ସେନାରେ ମେଜର ଜେନେରାଲ ପଦବୀ ପାଇଥିଲେ।

୧୯୬୨ ଭାରତ-ଚୀନ ଯୁଦ୍ଧ, ୧୯୬୫ ଓ ୧୯୭୧ ପାକିସ୍ତାନ ସହ ଯୁଦ୍ଧ ବେଳେ ସେ ରହିଥିଲେ ଭାରତୀୟ ସେନାରେ। ଏମିତିକି ତାଙ୍କୁ ‘ଟ୍ୟାଙ୍କ୍‌ମ୍ୟାନ’ର ଉପାଧି ମିଳିଥିଲା।

୧୯୬୧ରେ ହୋଇଥିବା ଗୋଆ ଯୁଦ୍ଧ ଓ ଏହା ପରେ ୧୯୭୧ରେ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ମେଜର ଜେନେରାଲ୍ ବିକେ ମହାପାତ୍ରଙ୍କର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା।

ବିଭିନ୍ନ ସମୟରେ ହୋଇଥିବା ଯୁଦ୍ଧରେ ବିଶେଷକରି ଟ୍ୟାଙ୍କ୍ ବ୍ୟାଟେଲ୍‌ଗୁଡ଼ିକରେ ତାଙ୍କର ରହିଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଯେଉଁଥିପାଇଁ ଭାରତୀୟ ସେନାରେ ସେ ଟ୍ୟାଙ୍କ୍ ମ୍ୟାନ୍ ନାମରେ ଆଜିବି ବେଶ୍ ପରିଚିତ।

Comment