ଓଡ଼ିଶାଲାଇଭ୍ ବ୍ୟୁରୋ

(ଯଶୋବନ୍ତ ନାରାୟଣ ପାଢୀ): ତେଲେଙ୍ଗାନାର ଏକ ଓକିଲ ଦମ୍ପତିଙ୍କୁ ବିଚ୍ ରାସ୍ତାରେ ନିର୍ମମ ଭାବେ ହତ୍ୟା କରାଯାଇଛି । ବୁଧବାର ଅପରାହ୍ନରେ ତେଲେଙ୍ଗାନା ପେଡାପାଲ୍ଲୀ ଜିଲ୍ଲାର ଜାତୀୟ ରାଜପଥରେ ହତ୍ୟା କରାଯାଇଛି । କିଛି ଦୁର୍ବୃତ୍ତ ସେମାନଙ୍କୁ ଏକ ଦାଆରେ ହାଣି ସର୍ବସମ୍ମୁଖରେ ହତ୍ୟା କରିଥିଲେ ।ଓକିଲ ଦମ୍ପତି ହେଉଛନ୍ତି ଭାମନା ରାଓ ଏବଂ ତାଙ୍କ ପତ୍ନୀ ନାଗାମଣି । ସେମାନେ ମନଥାନିରୁ ହାଇଦ୍ରାବାଦ ଫେରୁଥିବା ବେଳେ ପେଦାପଲ୍ଲି ଜିଲ୍ଲା ରାମଗିରି ପଞ୍ଚାୟତ ନିକଟରେ ସେମାନଙ୍କୁ ଅଟକାଇ ଥିଲେ କିଛି ଦୁର୍ବୃତ୍ତ । ପରେ ସେମାନେ ପ୍ରଥମେ ଭାବନା ରାଓଙ୍କୁ ଦାଆରେ ଆକ୍ରମଣ କରିଥିଲେ । ଏହା ଦେଖି ତାଙ୍କ ପତ୍ନୀ ନାଗାମଣି ଅଟକାଇବାରୁ ଦୁର୍ବୃତ୍ତ ମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ନାଗା ମଣିଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଭାବନା ରାଓଙ୍କ ମୃତ୍ୟୁ ହୋଇଥିଲା ।

କ୍ଷତବେକ୍ଷତ ହୋଇ ରାସ୍ତାରେ ପଡ଼ିଥିବା ସମୟରେ ଭାମନା ରାଓ ଜଣେ ଯାତ୍ରୀଙ୍କୁ ତାଙ୍କର ଭିଡିଓ କରିବାକୁ କହିଥିଲେ । ସେହି ଭିଡ଼ିଓରେ ଅଭିଯୁକ୍ତ କୁନ୍ତା ଶ୍ରିନୁ ସେମାନଙ୍କୁ ଆକ୍ରମଣ କରିଥିବା ପ୍ରକାଶ କରିଥିଲେ ଭାବନା । ପୂର୍ବରୁ ଏହି ଯୁବକ ସେମାନଙ୍କୁ ବାରମ୍ବାର ଧମକ ଦେଉଥିବାରୁ ସେ ପୋଲିସର ଆଶ୍ରୟ ନେଇଥିଲେ । ଏହି ଘଟଣାର ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଧରିବାକୁ ତେଲେଙ୍ଗାନା ରାଜ୍ୟ ଓକିଲ ସଂଘ ପକ୍ଷରୁ ଦାବି ହୋଇଛି । ଅନ୍ୟପଟେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।ରାଜ୍ୟରେ ଓକିଲଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି ବିଜେପି ରାଜ୍ୟ ମୁଖ୍ୟ ସଞ୍ଜୟ କୁମାର । ଓକିଲ ଦମ୍ପତି ତାଙ୍କ ପାଇଁ ସୁରକ୍ଷା ମାଗିଥିଲେ ବି ପୋଲିସ ତାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲା । ଓକିଲ ଦମ୍ପତି ପାଖରେ କିଛି ବଡ ଲୋକଙ୍କ ସବିଶେଷ ତଥ୍ୟ ରହିଥିଲା, ଯେଉଁଥିପାଇଁ ସେମାନଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ସଞ୍ଜୟ କୁମାର ।

Comment