ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବିଗ୍ ବସ୍‌-୧୪ ବିଜେତା ରୁବିନା ଦିଲେକ ଓ ଅଭିନବ ଶୁକ୍ଲା ସୋ’ରେ ଏକାସହ ଏଣ୍ଟ୍ରି ନେଇଥିଲେ। ଏମାନଙ୍କୁ ଦେଖି ତାଙ୍କ ଫ୍ୟାନ୍ସଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। କଲର୍ସ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ରିଅଲିଟି ସୋ’ ବିଗ୍ ବସ୍ -୧୪ ଫେବ୍ରୁଆରି ୨୧ରେ ସରିଛି। ଏହାର ବିଜେତା ହୋଇଛନ୍ତି ରୁବିନା ଦିଲେକ। ରୁବିନାଙ୍କ ଏହି ସଫଳତାକୁ ଦେଖି ସବୁଠାରୁ ବେଶି ଖୁସି ହୋଇଛନ୍ତି ତାଙ୍କ ସ୍ୱାମୀ ଅଭିନବ ଶୁକ୍ଳା।

ରୁବିନା ଓ ଅଭିନବଙ୍କ ପ୍ରଥମ ଦେଖା :

ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ସିରିଏଲ ‘ଛୋଟି ବୋହୂ’ରେ ଉଭୟ ରୁବିନା ଓ ଅଭିନବଙ୍କ ଦେଖା ହୋଇଥିଲା। ଏହି ‘ଛୋଟି ବୋହୂ’ ସିରିୟେଲ ରୁବିନାଙ୍କ ଲକ୍ ବା ଭାଗ୍ୟ ବୋଲି କହିହେବ। କାରଣ ଏହି ସିରିଏଲରୁ ସେ ତାଙ୍କର ପରଦା କ୍ୟାରିୟର ଆରମ୍ଭ କରିଥିଲେ, ଅପରପକ୍ଷରେ ନିଜ ପାଇଁ ଜୀବନସାଥୀ ରୂପେ ଅଭିନବଙ୍କୁ ପାଇଥିଲେ। ଏମିତି କହିବାକୁ ଗଲେ ରୁବିନା ଓ ଅଭିନବଙ୍କ ଭିତରେ ବନ୍ଧୁତା ସେହି ସିରିଏଲରୁ ଆରମ୍ଭ ହୋଇଥିଲା।

ଗଣେଶ ଉତ୍ସବରେ ଜଣେ କମନ୍ ଫ୍ରେଣ୍ଡ ଘରକୁ ଯାଇଥିଲେ ରୁବିନା ଓ ଅଭିନବ। ସେହିଠାରେ ଅଭିନବ ଦେଖିଥିଲେ ରୁବିନାଙ୍କୁ। ଉତ୍ସବରେ ରୁବିନା ଟ୍ରାଡିସନାଲ ଲୁକ୍‌ରେ ଥିଲେ। ରୁବିନାଙ୍କର ଏହି ଲୁକ୍ ଅଭିନବଙ୍କୁ ବହୁତ ପସନ୍ଦ ଆସିଥିଲା। ଉତ୍ସବ ପରେ ଅଭିନବ, ରୁବିନାଙ୍କ ଏକ ଫଟୋରେ କମେଣ୍ଟ କରିଥିଲେ। ପରେ ରୁବିନା ଏକ ସାକ୍ଷାତକାରରେ ଏହାର ଖୁଲାସା କରି କହିଥିଲେ, ଅଭିନବ ମତେ ଫଟୋସୁଟ୍ ପାଇଁ ପ୍ରପୋଜାଲ ଦେଇଛନ୍ତି। ତା’ପରେ ଦୁହେଁ ଦୁହିଁକୁ ଡେଟ୍ କରିବା ଆରମ୍ଭ କରିଦେଇଥିଲେ।

ରୁବିନା ଓ ଅଭିନବଙ୍କ ବିବାହ :

୪ ବର୍ଷ ଡେଟ୍ ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ରୁବିନା ଦିଲେକ ଓ ଅଭିନବ ଶୁକ୍ଳା। ଉଭୟ ପରିବାର ସଦସ୍ୟଙ୍କ ସହମତିରେ ୨ ଜୁନ୍ ୨୦୧୮ରେ ଦୁହେଁ ସିମଲାରେ ବିବାହ କରିଥିଲେ। ରୁବିନା ଓ ଅଭିନବଙ୍କ ବାହାଘର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ହୋମ ଟାଉନରେ ବିବାହ ପରେ ମୁମ୍ବାଇରେ ନିଜର ରିସେପସନ୍ ପାର୍ଟି ଦେଇଥିଲେ ଏହି ଦମ୍ପତି।

ରୁବିନା ଓ ଅଭିନବଙ୍କ ଭିତରେ ବିବାଦ :

ବାହାଘରର କିଛି ବର୍ଷପରେ ଦୁହିଁଙ୍କ ଭିତରେ ଦେଖା ଦେଇଥିଲା ବିବାଦ। ଲକ୍‌ଡାଉନ କାରଣରୁ ଦୁଇ ଜଣ ନିଜ ନିଜର ସୁଟିଂ ଛାଡ଼ି ଘରେ ଏକାଠି ରହୁଥିଲେ। ଏହି ସମୟରେ ଏମାନଙ୍କ ବିବାଦ ବିଚ୍ଛେଦର ରୂପ ନେଇଥିଲା। ଏମାନଙ୍କ ବିଚ୍ଛେଦ କଥା ପରିବାର ସଦସ୍ୟଙ୍କ ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଥିଲା। ‘ବିଗ୍ ବସ୍‌-୧୪’ର ଏକ ଗେମ୍ ଜରିଆରେ ରୁବିନା ଦିଲେକ ତାଙ୍କ ବିଚ୍ଛେଦର ଖୁଲାସା କରିଥିଲେ। ସେ କହିଥିଲେ, ସେମାନେ ଦୁହେଁ ଦୁହିଁକୁ ନଭେମ୍ବର ମାସ ପର୍ଯ୍ୟନ୍ତ ସମୟ ଦେଇଥିଲେ।

ପୁଣି ଏକାଠି ରହିବା ନିଷ୍ପତ୍ତି :

‘ବିଗ୍ ବସ୍‌-୧୪’ରେ ଭାଗ ନେବାର ନିଷ୍ପତ୍ତି ଦୁଇ ଜଣଙ୍କ ଠିକ୍ ଥିଲା ଏବଂ ଏହି ସୋ’ପାଇଁ ଆମେ ପୁଣିଥରେ ଏକାଠି ହୋଇପାରିଛୁ, ସାକ୍ଷାତକାରରେ କହିଛନ୍ତି ରୁବିନା ଓ ଅଭିନବ। ଏମାନଙ୍କ ନିଷ୍ପତ୍ତିରେ ଖୁସି ଅଛନ୍ତି ତାଙ୍କ ପରିବାର ଲୋକ। ପରିବାର ସଦସ୍ୟଙ୍କ ଆଶୀର୍ବାଦ ଓ ଫ୍ୟାନ୍ସମାନଙ୍କ ଭଲ ପାଇବାକୁ ନେଇ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି ଏହି ଦମ୍ପତି।

Comment